- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ବଲାଙ୍ଗିରରେ ଅମିତ ଶାହାଙ୍କ ମନ୍ତବ୍ୟ ବିରୋଧରେ ଜିଲ୍ଲା ଯୁବ କଂଗ୍ରେସର ଜୋରଦାର ବିରୋଧ ପ୍ରଦର୍ଶନ

ବଲାଙ୍ଗିର, ୨୦ ଡିସେମ୍ବର - ଜିଲ୍ଲା ଯୁବ କଂଗ୍ରେସ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡ. ବି.ଆର. ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ତିବ୍ର ବିରୋଧ କରିବା ସହ ଶ୍ରୀ ଶାହାଙ୍କର କୁଶପୁତ୍ତଳିକା ଦାହ କରିଛି । ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏହି ପ୍ରତିବାଦରେ ଯୁବ କଂଗ୍ରେସର ସଦସ୍ୟମାନେ ଭାରତୀୟ ସମ୍ବିଧାନର ସ୍ତପତି ବାବା ସାହାବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନନ ଦେଇଥିଲେ । ଏହି ପ୍ରତିବାଦରେ ଅମିତ ଶାହା ତୁରନ୍ତ କ୍ଷମା ମାଗିବା ଜରୁୁରୀ ବୋଲି ମତ ପ୍ରକାଶ ପାଇଥିଲା । ଡକ୍ଟର ଆମ୍ବେଦକରଙ୍କ ପ୍ରତି ହୋଇଥିବା ଅପମାନକୁ ଭାରତର ଯୁବକମାନେ ବରଦାସ୍ତ କରିବେ ନାହିଁ ବୋଲି ଯୁବ କଂଗ୍ରେସର ସଦସ୍ୟମାନେ କହିଥିଲେ । ଏହା କେବଳ ଆମ୍ବେଦକରଙ୍କ ଉପରେ ନୁହେଁ ବରଂ ସମ୍ବିଧାନ ତଥା ଗଣତାନ୍ତ୍ରିକ ମୁଲ୍ୟବୋଧ ଉପରେ ମଧ୍ୟ ଆକ୍ରମଣ ବୋଲି ଗଣମାଧ୍ୟମକୁ ସଦସ୍ୟମାନେ କହିଥିଲେ । ଏହି ବିକ୍ଷୋଭରେ ବହୁ ଦଳୀୟ କର୍ମୀ ଏବଂ ଯୁବ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ । ଯଦି ଶ୍ରୀ ଶାହା କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଓଡିଶା ସାରା ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଯୁବ କଂଗ୍ରେସ ଶପଥ ନେଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭପାତି ଅଶୋକ ନନ୍ଦ, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ବଲାଙ୍ଗିର ନଗର କଂଗ୍ରେସ ସଭାପତି ଦିନେଶ ପ୍ରସାଦ ଦାନୀ, ବରିଷ୍ଠ କଂଗ୍ରେସ ନେତା ଉମା ଶଙ୍କର ପଣ୍ଡା, ଜିଲ୍ଲା କଂଗ୍ରେସ କମିଟି କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ମୁଖ୍ୟ ଓମ୍ ପ୍ରକାସ କୁମ୍ଭାର, ଜିଲ୍ଲା କିଶାନ କଂଗ୍ରେସ କମିଟି ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ପ୍ରବକ୍ତା ଅଜୟ ବାଲି, ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ମିଳନୀ ସାହୁ, ବରିଷ୍ଠ କଂଗ୍ରେସ ନେତା କୈଳାସ ମିଶ୍ର, କିଶୋର ସିଂ ନିନା, ସଞ୍ଜୟ ମିଶ୍ର, ଜ୍ୟୋତିଷ ମୁଗ୍ରୀ, ଅବୁଦୁଲ ରଜାକ, କୁଳମଣି ସାହୁ, ବଜରଙ୍ଗ ବନଛୋର, ଅନ୍ତ ମଛଖଣ୍ଡ, ଅଜିତ ମହାନନ୍ଦ, ଲୋପନ ମିଶ୍ର, ବିରେନ୍ଦ୍ର ବାବୁ, ଚିନ୍ମୟ ବେହେରା, ଶ୍ରୀତମ ରାଜ ମିଶ୍ର, ପଂଚାନନ ଷାଣ୍ଢ, ଅମୀୟ ବଗର୍ତ୍ତି, ଅଶ୍ୱିନ ରାଉତ, ରାଜେଶ ଭୋଇ, ଅମରମ କଷ୍ୟପ, ସୁଡୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।