BIG NEWS
ଓଡ଼ିଶାରେ ଶ୍ରମିକମାନଙ୍କ କାର୍ଯ୍ୟସମୟ ଆଠ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି ନିଷ୍ପତ୍ତିକୁ ଏଆଇଟିୟୁସିର ବିରୋଧ
ଆଫଗାନିସ୍ଥାନ ଶାନ୍ତି ଚାହୁଁଛି, ଯଦି ପାକିସ୍ଥାନ ରାଜି ନ ହୁଏ ତେବେ ଅନ୍ୟ ବିକଳ୍ପ ଉପଲବ୍ଧ : ବୈଦେଶିକ ମନ୍ତ୍ରୀ ମୁତାକି
ଶାରଦୀୟ ଉତ୍ସବରେ ବେଲୁନ ବିକାଳୀ ହତ୍ୟା ମାମଲା ଉପଖଣ୍ଡ ପୋଲିସ ତଦନ୍ତ ହେଲାକି ବାଟବଣା, ଅନ୍ୟ ତିନି ସଂପୃକ୍ତ ଗଲେ କୁଆଡ଼େ
ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

ଓଡ଼ିଶାରେ ଶ୍ରମିକମାନଙ୍କ କାର୍ଯ୍ୟସମୟ ଆଠ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି ନିଷ୍ପତ୍ତିକୁ ଏଆଇଟିୟୁସିର ବିରୋଧ

FMNEWS.IN 12-10-2025
AITUC opposes decision to increase working hours of workers in Odisha from eight to 10 hours

ଭୁବନେଶ୍ୱର, 12 ଅକ୍ଟୋବର : ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ଦୈନିକ ଆଠଘଣ୍ଟା କାର୍ଯ୍ୟ ସମୟକୁ ବୃଦ୍ଧିକରି ଦଶଘଣ୍ଟା ଧାର୍ଯ୍ୟ କରିବା ଓ ରାତି୍ର ସମୟରେ ମହିଳାମାନଙ୍କୁ କାର୍ଯ୍ୟ କରିବାକୁ ଆଇନ ପ୍ରଣୟନ କରିବା ଘଟଣାକୁ ଏଆଇଟିୟୁସି ଦୃଢ଼ ବିରୋଧ କରିଛି । ଗତ ୧୯୫୬ ମସିହାରୁ ପ୍ରଚଳିତ ଆଇନକୁ ସଂଶୋଧନ କରି ମାଲିକମାନଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଆଇନ ପ୍ରଣୟନ କରୁଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ରାଜ୍ୟବ୍ୟାପୀ ଏଆଇଟିୟୁସି ତରଫରୁ ବ୍ୟାପକ ଆନେ୍ଦାଳନ ପାଇଁ ଆଜି ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକରେ ଆହ୍ୱାନ ଦିଆଯାଇଛି ।

୧୮୮୪ ମସିହାରେ ଆଠଘଣ୍ଟା କାର୍ଯ୍ୟଦିବସ ପାଇଁ ଆମେରିକାର ଚିକାଗୋ ସହରରେ ରକ୍ତକ୍ଷୟୀ ଲଢ଼େଇ ପରେ ସମଗ୍ର ପୃଥିବୀର ଶ୍ରମିକମାନେ ଏହି ଦାବି ହାସଲ କରିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କ ଶ୍ରମିକ ବିରୋଧୀ ଆଇନକୁ କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ ବୋଲି ଏଆଇଟିୟୁସି ଚେତାବନୀ ଦେଇଛି । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବାରୁ ରାତି୍ରରେ ମହିଳା କାର୍ଯ୍ୟ କରିବା ବିପଦପୂର୍ଣ୍ଣ ହେବ ।

ଭୁବନେଶ୍ୱରସ୍ଥ ଭଗବତୀ ଭବନ ସଭାଗୃହରେ ଏଆଇଟିୟୁସିର ରାଜ୍ୟ ସଭାପତି ତଥା ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପରିଷଦର ବୈଠକରେ ଏହି ଚରମ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ପ୍ରସ୍ତାବ କ୍ରମେ ଏଆଇଟିୟୁସି ଏକକଭାବେ ଓ ମିଳିତ ଭାବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯିବ ବୋଲି ପ୍ରସ୍ତାବ ଆଗତ କରିଥିଲେ ।

ବାଲେଶ୍ୱରସ୍ଥିତ ବିର୍ଲା ଟାୟାର୍ସ ଶ୍ରମିକମାନଙ୍କ ପୁନଃନିଯୁକ୍ତି ଓ ଆଇନଗତ ପ୍ରାପ୍ୟ ଦାବିରେ ଏହି ଶ୍ରମିକମାନେ ଶ୍ରମ କମିଶନରଙ୍କ ଦପ୍ତର ସମ୍ମୁଖରେ ଆସନ୍ତା ୨୨ ତାରିଖରୁ ସପରିବାର ଗଣଧାରଣାକୁ ଦୃଢ଼ ଭାବେ ସମର୍ଥନ କରୁଛି । ଗ୍ରାମୀଣ ଡାକ ସେବକ ସଂଘର ସାଧାରଣ ସମ୍ପାଦକ ମହାଦିବ୍ୟାଙ୍କ ନିଲମ୍ବନକୁ ବିରୋଧ କରିବା ସହ ତାଙ୍କ ତୁରନ୍ତ ପୁନଃନିଯୁକ୍ତି ଦେବାକୁ ଦାବି କରୁଛି ।

ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ରାଶି ଆଇନ୍ ଅନୁସାରେ ପ୍ରଦାନ, ସ୍କିମ୍ ୱାର୍କର, ଅଙ୍ଗନୱାଡି, ଆଶା, ମଧ୍ୟାହ୍ନଭୋଜନ ପାଚିକାଙ୍କୁ ୱାର୍କର ମାନ୍ୟାତା, ଉଦ୍ୟାନ ସାଥୀଙ୍କୁ ବର୍ଷସାରା କାମ ଦେବା, ବଜାର ଦର ଅନୁସାରେ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ଓ ଅନ୍ୟାନ୍ୟ ଦାବି ଉପରେ ଆଗାମୀ ଦିନରେ ଜୋରଦାର ଆନେ୍ଦାଳନ କରାଯିବ । ଆସନ୍ତା ରାଜ୍ୟ ସମ୍ମିଳନୀ ପୂର୍ବରୁ ସମସ୍ତ ଜିଲ୍ଲା ଓ ସଂଘମାନଙ୍କର ସମ୍ମିଳନୀ ଶେଷ କରିବା ।

ବରିଷ୍ଠ ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ ଓ ଗୌରାଙ୍ଗ ପାଣିଗ୍ରାହୀ, ଉପସଭାପତି ତଥା ସିପିଆଇର ରାଜ୍ୟ ସମ୍ପାଦକ ଡା. ପ୍ରଶାନ୍ତ ମିଶ୍ରଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଶ୍ରୀ ସୁରଜେନା, ହରପ୍ରିୟା ସ୍ୱାଇଁ, ପ୍ରବୀଣ ଦାସ, ନମିତା ସାହୁ, ବ୍ରଜବନ୍ଧୁ ପ୍ରଧାନ, ବିଦ୍ୟାଧର ମହାନ୍ତ, ସୁବାସ ମହାପାତ୍ର, ସତ୍ୟବାଦୀ ବାଘ, ଭାଗବତ ପ୍ରତିହାରୀ, ଅଭିଶେକ ଶତପଥୀ, ସୁଜିତ ପୃଷ୍ଟି, ଦେବାଶିଷ ବାବୁ, ବିପିନ କୁମାର ସାହୁ, କିଶୋର ଜେନା, ବିନ୍ଦୁସାଗର ଓଝା କମଳେଶ ଦାସ, ମଦନ ମହାରଣା, ରମେଶ ଜେନା, ଶିବ ଚରଣ ବେହେରା, କମଳେଶ ଦାସ, ବିଦୁର କୁମ୍ଭାର, ସୁରେନ୍ଦ୍ର ଶର୍ମା, ପ୍ରଦୀପ ନାଏକ, ଇନ୍ଦ୍ରଜିତ ତାଣ୍ଡି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କମୁ୍ୟନିଷ୍ଟ ପାର୍ଟିର ନବନିର୍ବାଚିତ ସମ୍ପାଦକ ପ୍ରଶାନ୍ତ ମିଶ୍ର, ଓ ଜାତୀୟ ପରିଷଦରୁ ନିର୍ବାଚିତ ହୋଇଥିବା ସାଥୀ ଏନ୍ ନାରାୟଣ ରେଡ୍ଡୀ ଓ ଜୟନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।