- ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
- ଉନ୍ନାଓ ପୀଡ଼ିତା ଅପରାଧୀଙ୍କୁ ବେଲ୍ ଆଦେଶ ପରେ ରାହୁଲ ଗାନ୍ଧୀ କହିଲେ ‘ଡେଡ୍ ସୋସାଇଟି ’
- ଅତିରିକ୍ତ ଜମାରାଶି ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ : କଂଗ୍ରେସ
- ଚାନ୍ଦବାଲି ଦୁଷ୍କର୍ମ ଘଟଣାରେ ମନମୋହନ ରାଜ୍ୟବାସୀଙ୍କୁ କି ଆଶ୍ୱାସନା ଦେବେ ?
- ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ
ଟଙ୍କାର ବିନିମୟ ମୂଲ୍ୟ ସର୍ବନିମ୍ନ ସ୍ତରକୁ ପହଞ୍ଚିବା ଆମ ଅର୍ଥନୀତିର ଗତି କେଉଁ ଦିଗକୁ ?
ଟଙ୍କାର ବିନିମୟ ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଚାଲିବାପାଇଁ ମୋଦି ସରକାର ଦାୟୀ କଂଗ୍ରେସ
ଭୁବନେଶ୍ୱର :- ଗତ ଡିସେମ୍ବର ୩ ତାରିଖ ଦିନ ଆମ ଦେଶର ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଚାଲିଗଲା । ଗୋଟିଏ ଡଲାର ବିନିମୟ ମୂଲ୍ୟ ଟଙ୍କା ହିସାବରେ ୯୦ ଟଙ୍କା ୩୦ ପଇସାକୁ ପହଞ୍ଚିଲା । ଗୋଟେପଟେ କେନ୍ଦ୍ର ସରକାର ଦାବି କରୁଛନ୍ତି ଭାରତବର୍ଷର ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇସାରିଛି ଏବଂ ଅଳ୍ପ କେଇବର୍ଷ ଭିତରେ ଭାରତବର୍ଷର ଅର୍ଥନୀତ ଚତୁର୍ଥ ବିଶ୍ୱ ବୃହତ ଅର୍ଥନୀତିକୁ ପହଞ୍ଚିବାକୁ ଯାଉଛି । ଏପରିକି ପ୍ରତିଦିନ ଗଣମାଧ୍ୟମରେ ସଭାସମିତିରେ ଯୋର ଯୋର କରି ଚିତ୍କାର କରାଯାଉଛି ଭାରତବର୍ଷର ଅର୍ଥନୀତିର ଆକାର ୫ ଟ୍ରିଲିୟାନକୁ ପହଞ୍ଚି ସାରିଲାଣି । କିନ୍ତୁ ପ୍ରକୃତ ସତ୍ୟ ହେଉଛି ଏପର୍ଯ୍ୟନ୍ତ ଭାରତ ବର୍ଷର ଅର୍ଥନୀତିର ଆକାର ନୋମିନାଲ ଜିଡିପି ହିସାବରେ ଡଲାର ୩.୭୮ ଟ୍ରିଲିୟନ ପାଖାପାଖି । ୨୦୧୪ ମସିହାରେ କଂଗ୍ରେସ ଉପା ସରକାର ସମୟରେ ଗୋଟିଏ ଡଲାରର ଭାରତୀୟ ଟଙ୍କା ହିସାବରେ ବିନିମୟ ମୂଲ୍ୟ ୬୧ ଟଙ୍କା ଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ମୋଦି ସରକାରଙ୍କର ୧୧ ବର୍ଷର ଶାସନକାଳ ମଧ୍ୟରେ ଭାରତୀୟ ଟଙ୍କା ଡଲାର ତୁଳନାରେ ଟ.୨୯.୩୦ ପଇସା ତଳକୁ କମିଯାଇ ଏହା ୯୦ ଟଙ୍କା ୩୦ ପଇସାରେ ପହଞ୍ଚିଗଲାଣି । ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଅତି ଦ୍ରୁତ ଗତିରେ ହ୍ରାସ ପାଇବା ଯୋଗୁଁ ଏହାର କୁପ୍ରଭାବ ଭାରତ ବର୍ଷର ଅର୍ଥନୀତି ଉପରେ ବହୁ ପରିମାଣରେ ପଡ଼ିଚାଲିଛି ଏବଂ ଆସନ୍ତା ଦିନରେ ଏହାର କୁ ପ୍ରଭାବ ଭାରତର ଅର୍ଥନୀତି ଉପରେ ବହୁ ମାତ୍ରାରେ ଦେଖାଦେବ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ମୋଦି ସରକାରଙ୍କ ୧୧ ବର୍ଷର ଶାସନକାଳ ସମୟରେ ଭାରତବର୍ଷର ଅର୍ଥନୀତିର ଗତି ଆଜି ଏକ ସଂଦ୍ଧିୟାନ ମୂଡ଼କୁ ପହଞ୍ଚିଛି । ମୋଦି ସରକାରର ଶାସନ କାଳରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳରୁ ଦୁର୍ବଳତର ହୋଇଯାଉଛି । ଟଙ୍କାକୁ ଶକ୍ତିଶାଳୀ କରିବାପାଇଁ କେନ୍ଦ୍ର ବିଜେପି ସରକାର ଏ ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି ବା ଜାଣିପାରୁ ନାହାନ୍ତି କଣ ପଦକ୍ଷେପ ନେଲେ ଏଭଳି ପରିସ୍ଥିତିରୁ ମୁକୁଳି ହେବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ୨୦୧୩ ମସିହାରେ ନରେନ୍ଦ୍ର ମୋଦି ଯେତେବେଳେ ବିଜେପି ସଂସଦୀୟ ବୋର୍ଡର ନେତାରୂପେ ନିର୍ବାଚିତ ହେଲେ ସେ ସମୟରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରରେ ସାଧାରଣ ସଭାମାନଙ୍କରେ ତତ୍କାଳୀନ ମନମୋହନ ସିଂଙ୍କ ସରକାରକୁ ତାତ୍ସଲ୍ୟ ଓ କଟୁ ସମାଲୋଚନା କରି କହିଥିଲେ ଯେ କାହିଁକି ଭାରତୀୟ ଟଙ୍କା ର ମୂଲ୍ୟ କମୁଛି କିନ୍ତୁ ଆମ ପଡ଼ୋଶୀ ରାଷ୍ଟ୍ର ଯଥା ପାକିସ୍ଥାନ, ନେପାଳ, ଶ୍ରୀଲଙ୍କା ଓ ବାଙ୍ଗଲାଦେଶର ମୁଦ୍ରାର ମୂଲ୍ୟ କମୁନାହିଁ କିନ୍ତୁ ଆମ ଟଙ୍କାର ମୂଲ୍ୟ କାହିଁକି କମୁଛି ଏହା ପଛରେ ସରକାର କିଛି ଷଡଯନ୍ତ୍ର କରୁଛନ୍ତି ଏବଂ ଏହାର ଫାଇଦା କଂଗ୍ରେସକୁ ଯାଉଛି ବୋଲି ଦାବି କରୁଥିବା ବେଳେ ଏବେ ମୋଦିଙ୍କ ଶାସନକାଳରେ ଟଙ୍କାର ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରକୁ ଚାଲିଗଲା ବେଳେ ଏଥିପାଇଁ କିଏ ଷଡଯନ୍ତ୍ର କରିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ଷଡଯନ୍ତ୍ରରେ ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ସାମିଲ ଅଛନ୍ତିକି ନା ଏମାନଙ୍କ ସହିତ ବିଜେପି ଓ ଆରଏସଏସ ମିଶି ଦେଶର ଅର୍ଥନୀତିକୁ ପଣ୍ଡୁ କରିଦେବାପାଇଁ ସାମିଲ ହୋଇଛନ୍ତିକି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଜେପି ସରକାରର ୧୧ ବର୍ଷ ଶାସନକାଳ ଭିତରେ ପାଖାପାଖି ୫୬ ପ୍ରତିଶତ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ପାଇଛି । ବିଶ୍ୱର ଶକ୍ତିଶାଳୀ ୪୦ ଟି ରାଷ୍ଟ୍ରର ମୁଦ୍ରାର ବିନିମୟ ମୂଲ୍ୟ ଡଲାର ତୁଳନାରେ ଏହି ୧୧ ବର୍ଷ ମଧ୍ୟରେ ଏତେ ପ୍ରତିଶତ କମ ହୋଇନାହିଁ । ଏହି ସବୁ ରାଷ୍ଟ୍ରର ଅର୍ଥନୀତି ବିଶ୍ୱ ଅର୍ଥନୀତି ବହୁପରିମାଣରେ ପ୍ରଭାବିତ କରିବା କ୍ଷମତା ରଖିଥିଲା ବେଳେ କାହିଁକି ଓ କେଉଁ ଭୁଲ ନିଷ୍ପତ୍ତି ଯୋଗୁଁ ଭାରତୀୟ ମୁଦ୍ରା ଅତ୍ୟନ୍ତ ଦୁର୍ବଳରୁ ଦୁର୍ବଳତର ହୋଇଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସବୁଠାରୁ ବଡ଼କଥା ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ଘଟିଲେ ଆମଦାନୀ ଖର୍ଚ୍ଚ ବହୁ ପରିମାଣର ବୃଦ୍ଧି ପାଇବ । ଫଳରେ ଭାରତବର୍ଷ ବାହାରୁ ବିଦେଶରୁ ତୈଳ, ଔଷଧପତ୍ର, ଖାଇବାତେଳେ ଓ ଅନ୍ୟାନ୍ୟ ଜିନିଷ ଆମଦାନୀ କରୁଥିବା ବେଳେ ଏଥିପାଇଁ ଆମକୁ ଢ଼େର ଅଧିକା ପଇସା ଦେବାକୁ ପଡ଼ିବ ଫଳରେ ଏସବୁ ଜିନିଷ ପତ୍ର ଦରଦାମର ବୃଦ୍ଧି ଘଟିବ । ଏହି ଦରଦାମ ବୃଦ୍ଧିର ଶିକାର ଭାରତବର୍ଷର ଗରିବ, ନିମ୍ନମଧ୍ୟବିତ ଓ ମଧ୍ୟବିତ ପରିବାର ହେବେ । ସେମାନଙ୍କର ରୋଜଗାରରୁ ବଡ ଅଂଶ ସରକାରଙ୍କର ଅର୍ଥନୀତିର ପରିଚାଳନାର ଦକ୍ଷତାର ଅଭାବ ହେତୁ ତାଙ୍କୁ ଦେବାକୁ ପଡ଼ିବ । ଏପରିକି ଏହି ସମୟରେ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶରେ ଅଧ୍ୟୟନ ପାଇଁ ତାଙ୍କୁ ବହୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ୧୧ ବର୍ଷ ଭିତରେ ରପ୍ତାନୀର ପରିମାଣର ସେହିଭଳି ଭାବରେ ବୃଦ୍ଧି ଘଟିନାହିଁ ଯାହା ଫଳରେକି ଆମେ ଅଧିକ ବୈଦେଶିକ ମୁଦ୍ରା ଆସିପାରିଥାନ୍ତା । ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ବାଣିଜିକ ନିୟଣ୍ଟ ୯୪.୪୧ ଡଲାରରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ବୁଝିହେଉଛି ମୋଦି ସରକାରଙ୍କର ଅର୍ଥନୀତି ପରିଚାଳନା କରିବାର ଦକ୍ଷତାର ଅଭାବ ହେତୁ ଆଜି ଭାରତବର୍ଷର ମୁଦ୍ରା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଆସନ୍ତା ଦିନରେ ଏହା ବୋଧହୁଏ ସେଞ୍ଚୁରି ପାର କରିଯିବ । ଏହାର ଉତ୍ତର ଖୋଦ ନରେନ୍ଦ୍ର ମୋଦି ବା ଅର୍ଥମନ୍ତ୍ରୀ ଦେଶବାସୀଙ୍କୁ ସମ୍ମୁଖରେ ରଖିବେକି ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ, ଦେବାଶିଷ ଭୂୟାଁ ଉପସ୍ଥିତ ଥିଲେ ।