- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
ତାଳଚେର : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଲୋକସଭା ରେ ବାରମ୍ବାର ତାଳଚେର ସାର କାରଖାନା ଟିଏଫଏଲ ସମ୍ପର୍କରେ ପ୍ରଶ୍ନ ଉଥାପନ କରି ଆସିଛନ୍ତି |କେନ୍ଦ୍ର ସାର ରସାୟନ ମନ୍ତ୍ରୀ ଜେପି ନଡ୍ଡା ସାଂସଦ ଶ୍ରୀ ପାଣି ଙ୍କୁ ଲିଖିତ ଭାବେ ଉତ୍ତର ମଧ୍ୟ ଜଣାଇଛନ୍ତି |ଆଜି ଗୁରୁବାର ଟିଏଫ ଏଲ ର ଏମ ଡି ବିବେକ ଶ୍ରୀବାସ୍ତବ ଙ୍କ ସମେତ ସମସ୍ତ ପଦାଧିକାରୀ ଢେଙ୍କାନାଳ ସାଂସଦ ଶ୍ରୀ ପାଣି ଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଟିଏଫ ଏଲ କାର୍ଯ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |ଟିଏଫ ଏଲ 2027ରେ କାର୍ଯ୍ୟକ୍ଷମ ହେବ ଏବଂ ଟିଏଫ ଏଲରେ ଏଫ ସି ଆଇର ପୂର୍ବ କର୍ମଚାରୀଙ୍କର ଉତ୍ତରାଧିକାରୀ କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ଉପରେ ଆଲୋଚନା କରାଯାଇଥିଲା |ଆଜିର ଉକ୍ତ ବୈଠକ ରେ ସାଂସଦ ଙ୍କ ସହ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଜୋନାଲ ମିଡିଆସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜଗଦୀଶ ମିଶ୍ର, ମଣ୍ଡଳ ସଭାପତି ରାଜେଶ ଦଳେଇ ଟିଏଫ ଏଲ ଏମ ଡି ଶ୍ରୀଯୁକ୍ତ ବିବେକ ଶ୍ରୀବାସ୍ତବ, ଏଚ ଓ ଡି ଏଚ ଆର ଅନନ୍ତ ଆଚାର୍ଯ୍ୟ, ଚିଫ ମ୍ୟାନେଜର ସୁମନ୍ତ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |