BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଜ୍ୟୋତିବିହାରରେ “ଶ୍ରୀରଙ୍ଗ ସମାଗମ” ନାଟ୍ୟୋତ୍ସବ ଉଦ୍‌ଯାପିତ

FMNEWS.IN 17-12-2024

ସମ୍ବଲପୁର- ଶ୍ରୀକଲଚରାଲ ଏସୋସିଏସନ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ମିଳିତ ଆନୁକୂଲ୍ୟରେ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ୍ଠାରେ ଜାତୀୟ ନାଟ୍ୟ ଉତ୍ସବ ଶ୍ରୀରଙ୍ଗ ସମାଗମ -୨୦୨୪ର ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ସନ୍ଧ୍ୟାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟଅତିଥି ଏବଂ କୁଳସଚିବ ଡ. ନୃପରାଜ ସାହୁ ଏବଂ ପ୍ରଫେସର ଅଜୟ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସୋସିଏସନ୍ର ନିର୍ଦ୍ଦେଶକ ସତ୍ୟରଞ୍ଜନ ବେହେରା ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ଦେବଗଡ଼ର ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ୱ ହେମନ୍ତ କୁମାର ମହାପାତ୍ରଙ୍କୁ ଶ୍ରୀ ନାଟ୍ୟ ସମ୍ମାନ-୨୦୨୪ରେ ସମ୍ମ୍ାନିତ, ପ୍ରଦର୍ଶନ କଳା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅରବିନ୍ଦ ପଣ୍ଡା ଓ ବୁର୍ଲାର ନାଟ୍ୟ ଅଭିନେତା ଓ ସଂଗଠକ ଜୟନ୍ତ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରୀକଲଚରାଲ ଏସୋସିଏସନ୍ ପକ୍ଷରୁ ପ୍ରଦର୍ଶନ କଳା ବିଭାଗର ସଂଯୋଜକ ପ୍ରଫେସର ଗୋପୀନାଥ ବାଗ୍ଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା ।

ଉଦ୍ଯାପନୀ ସନ୍ଧ୍ୟାର ସମ୍ବଲପୁରୀ ନାଟକ ଅର୍ନ୍ତଦହନକୁ ଶ୍ରୀ କଲଚରାଲଏସୋସିଏସନ୍ର କଳାକାର ଦିଲୀପ କୁମାର ଦେବ ପରିବେଷଣ କରିଥିଲେ । ଆଶୀଷ କୁମାର ସୋନାର ଏହାକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଂଗୀତ ନିର୍ଦ୍ଦେଶକ ଥିଲେ ସୌମ୍ୟଜିତ୍ ବଡ଼ପଣ୍ଡା ଓ ଆଲୋକ ବିନ୍ୟାସ କରିଥିଲେ ସତ୍ୟରଞ୍ଜନ ବେହେରା । ପରେ ଶତାବ୍ଦୀର କଳାକାର, ଭୁବନେଶ୍ୱର ଦ୍ୱାରା ପରିବେଷିତ ଧୀର ମଲ୍ଲିକଙ୍କ ରଚିତ ଓ ନିର୍ଦ୍ଦେଶିତ ଓଡ଼ିଆ ନାଟକ ଜୀବନ୍ୟାସ ପରିବେଷଣ କରାଯାଇଥିଲା ।

ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଏଥିରେ ଶ୍ରୀକଲଚରାଲ ଏସୋସିସନ୍ ଏବଂ ଜ୍ୟୋତିବିହାର କଳା ବିଭାଗ ପକ୍ଷରୁ ସତ୍ୟରଞ୍ଜନ ବେହେରାଙ୍କ ରଚିତ ସମ୍ବଲପୁରୀ ନାଟକ ସାଧନା ପରିବେଷିତ କରାଯାଇଥିଲା । ଏହି ଅବସରରେ ପ୍ରତିଷ୍ଠିତ ମଞ୍ଚ ଅଭିନେତା ଏବଂ ସଞ୍ଜୀବ ମାଝୀଙ୍କୁ ଡ. ପଞ୍ଚାନନ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ନାଟ୍ୟ ଉତ୍ସବର ପ୍ରାୟୋଜକ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଥିବା ବେଳେ ଏଥିରେ ସହଯୋଗ କରିଥିଲେ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ଼ ।