- ଟାଟା ପାୱାର ମାଡ଼ରେ ଉପଭୋକ୍ତା ହନ୍ତସନ୍ତ, ବନ୍ଧା ପଡିଛି ମୋହନ ସରକାର : କାନୁନଗୋ
- ଭୋଟ ଚୋର ଗାଦି ଛାଡ଼ ନାରାରେ କମ୍ପିଲା ଓଡ଼ିଶା :ରାଜଧାନୀରେ “ଭୋଟ ଚୋର, ଗାଦି ଛାଡ” ମଶାଲ ଶୋଭାଯାତ୍ରା
- ବିହାରରେ ୧୭ରୁ ଆରମ୍ଭ ହେବ ଇଣ୍ଡିଆ ମେଂଟର ଭୋଟ୍ ଅଧିକାର ଯାତ୍ରା
- ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି ସବୁବେଳେ ନଷ୍ଟ କରି ଆସୁଛି : ଭକ୍ତ ଚରଣ ଦାସ୍
- ସରକାରୀ ବିଲ୍ଡିଂ ରଙ୍ଗ ପରିବର୍ତ୍ତନରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ସୋନପୁର ବ୍ଲକରେ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର- ସୋନପୁର ବ୍ଲକର ରାଏପାଲି ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ବ୍ଲକ ସ୍ତରୀୟ ପଏଁରୀ ତିହାର ଧୁମାଧାମରେ ପାଳନ କରାଯାଇଛି । ସୋନପୁର ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ନନ୍ଦକାହ୍ନ ପୂଝାରୀ ଙ୍କ ସଭାପତିତ୍ୱରେ ରାଏ ପାଲି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା । ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ମଂଚରେ ସ୍ଥାନ ଦେଇ ତାଙ୍କର କଳା ପରିବେଷଣ କରି ସମ୍ମାନ କରିବା ହେଉଛି ଏହି ତିହାର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଚୌଧୁରୀ ବିଭାର ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ବିଶେଶ୍ୱର ରାୟ, ଜମିଦାର, ସଭାପତି ଲଡୁକିଶୋର ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, କାର୍ଯ୍ୟକାରୀ ସଭ୍ୟ ସୌମ୍ୟରଞ୍ଜନ ସେଠି, ବରିଷ୍ଠ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ନନ୍ଦକାହ୍ନ ପୂଝାରୀ ଙ୍କୁ ପଏଁରି କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେଇ ଲୁଚିଯାଇଥିବା କଳା ଶୋଳ ସୁଆଙ୍ଗ ଦଣ୍ଡ ନୃତ୍ୟ , ସଂଚାର, ସଂମ୍ରଦା, ଖଜନୀ, କରମସାନି, ପ୍ରଭା ନୃତ୍ୟ, ନଚନିଆଁ, ଶବର ଶବରନି, ପତର ସଉରା, ଝୁମେର, ରାସରକେଳି, କୀର୍ତ୍ତନ ନୃତ୍ୟ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଶେଷରେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଅନୁଷ୍ଠାନ ର କଳାକାଁହୁ ଦାସ, ସୁରୁବାବୁ ସାହୁ, ଆକାଶ ସାହୁ, ଦେବଦତ୍ତ ବଗର୍ତି, ଧର୍ମପଦ ବଢ଼େଇ ଓ ପୁଷ୍ପା ସୁନା ସହଯୋଗ କରିଥିଲେ l ତିହାରରେ ଶତାଧିକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଭରପୁର ମଜା ନେଇଥିଲେ l