Breaking News
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
କାନାଡ଼ାରେ ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ସାଇପ୍ରସ ଓ କ୍ରୋଏଶିୟା ମଧ୍ୟ ଯିବେ
FMNEWS.IN
15-06-2025
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସାଇପ୍ରସ, କାନାଡ଼ା ଓ କ୍ରୋଏଶିୟା ଅଫିସିଆଲ ଗସ୍ତରେ ରହିବେ । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କାନାଡ଼ାରେ ଆୟୋଜିତ ହେବାକୁ ଯାଉଥିବା ଜି-୭ ଶିଖର ସମ୍ମିଳନୀ ।
ବିଦେଶ ମନ୍ତ୍ରଣାଳୟ ଅନୁସାରେ ଜୁନ୍ ୧୬ ଓ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡ଼ାର କାନାନାସ୍କିସ ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ । ଏହା ତାଙ୍କର ବିଶ୍ୱର ସବୁଠୁ ବଡ ୭ ଅର୍ଥବ୍ୟବସ୍ଥା ବିଶିଷ୍ଟ ଦେଶଗୁଡିକର ସମୂହ ଶିଖର ସମ୍ମିଳନୀରେ ଲଗାତାର ଷଷ୍ଠ ଥର ପାଇଁ ଉପସ୍ଥିତି ହେବ । ମନ୍ତ୍ରଣାଳୟ ଅନୁସାରେ, ସମ୍ମିଳନୀରେ ଶକ୍ତି ସୁରକ୍ଷା, ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ), କ୍ୱାଂଟମ ଜ୍ଞାନକୌଶଳ ଏବଂ ବୈଷୟିକ ଉଦ୍ଭାବନ ଭଳି ବିଶ୍ୱସ୍ତରିୟ ବିଷୟ ଗୁଡିକ ଉପରେ ମତ ରଖିବେ । ଏହି ଅବସରରେ ସେ ଜି-୭ ଦେଶର ନେତା, ଆମନ୍ତ୍ରିତ ଦେଶ ଏବଂ ଆନ୍ତର୍ଜାତିକ ସଂଗଠନର ପ୍ରମୁଖଙ୍କୁ ମଧ୍ୟ ଭେଟିବେ । କେତେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ପ୍ରସ୍ତାବିତ ରହିଛି ।