Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
କାନାଡ଼ାରେ ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ସାଇପ୍ରସ ଓ କ୍ରୋଏଶିୟା ମଧ୍ୟ ଯିବେ
FMNEWS.IN
15-06-2025
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ସାଇପ୍ରସ, କାନାଡ଼ା ଓ କ୍ରୋଏଶିୟା ଅଫିସିଆଲ ଗସ୍ତରେ ରହିବେ । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କାନାଡ଼ାରେ ଆୟୋଜିତ ହେବାକୁ ଯାଉଥିବା ଜି-୭ ଶିଖର ସମ୍ମିଳନୀ ।
ବିଦେଶ ମନ୍ତ୍ରଣାଳୟ ଅନୁସାରେ ଜୁନ୍ ୧୬ ଓ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡ଼ାର କାନାନାସ୍କିସ ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ । ଏହା ତାଙ୍କର ବିଶ୍ୱର ସବୁଠୁ ବଡ ୭ ଅର୍ଥବ୍ୟବସ୍ଥା ବିଶିଷ୍ଟ ଦେଶଗୁଡିକର ସମୂହ ଶିଖର ସମ୍ମିଳନୀରେ ଲଗାତାର ଷଷ୍ଠ ଥର ପାଇଁ ଉପସ୍ଥିତି ହେବ । ମନ୍ତ୍ରଣାଳୟ ଅନୁସାରେ, ସମ୍ମିଳନୀରେ ଶକ୍ତି ସୁରକ୍ଷା, ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ), କ୍ୱାଂଟମ ଜ୍ଞାନକୌଶଳ ଏବଂ ବୈଷୟିକ ଉଦ୍ଭାବନ ଭଳି ବିଶ୍ୱସ୍ତରିୟ ବିଷୟ ଗୁଡିକ ଉପରେ ମତ ରଖିବେ । ଏହି ଅବସରରେ ସେ ଜି-୭ ଦେଶର ନେତା, ଆମନ୍ତ୍ରିତ ଦେଶ ଏବଂ ଆନ୍ତର୍ଜାତିକ ସଂଗଠନର ପ୍ରମୁଖଙ୍କୁ ମଧ୍ୟ ଭେଟିବେ । କେତେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ ପ୍ରସ୍ତାବିତ ରହିଛି ।