Breaking News
- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଏଲନ ମସ୍କଙ୍କ ପାଇଁ ହ୍ୱାଇଟ ହାଉସ ବନ୍ଦ କଲେ ଟ୍ରମ୍ପ
FMNEWS.IN
07-06-2025
ୱାଶିଂଟନ :- ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଔପଚାରିକ ବାସଭବନର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପୂର୍ବତନ ସହଯୋଗୀ ଏଲନ ମସ୍କଙ୍କ ମଧ୍ୟରେ ବଢୁଥିବା ବିବାଦ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଦ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦୁହେଁ ଜଣେ ସାର୍ବଜନୀନ ଭାବରେ ଦେଉଥିବା ଧମକରୁ ଆହତ ହୋଇଛନ୍ତି। ଉଭୟଙ୍କୁ ଅପମାନ ହଜମ କରିବାକୁ ପଡିଛି। ଏହା ସ୍ପଷ୍ଟ ଯେ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ଥିବା ମାଂଟ ଭାଙ୍ଗିଯାଇଛି। ଦୁହେଁ ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରସ୍ପରକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ ମସ୍କଙ୍କ ସରକାରୀ ଠିକା ଚୁକ୍ତିଗୁଡିକୁ ହ୍ରାସ କରିବାକୁ ଧମକି ଦେଇଛନ୍ତି। ମସ୍କ କହିଛନ୍ତି ଯେ ତାଙ୍କ ବିନା ଟ୍ରମ୍ପ ନଭେମ୍ବର ମାସରେ ଜିତିପାରିନଥାନ୍ତେ । ଟ୍ରମ୍ପ ଓ ମସ୍କ ଦୁହେଁ ଧନୀ ଲୋକ।