- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ଇରାନ-ହେଜବୁଲ୍ଲା ଉପରେ ଆକ୍ରମଣ କରି ମଧ୍ୟପ୍ରାଚ୍ୟରେ ପରିବର୍ତ୍ତନ ଆଣିବୁ: ଇସ୍ରାଏଲ
ଜେରୁଜେଲମ୍: ସିରିଆରେ ଇରାନ ସମର୍ଥିତ ବଶର ଅଲ-ଅସଦଙ୍କ ଶାସନ ପତନ ପରେ ଇସ୍ରାଏଲର ମନୋବଳ ବୃଦ୍ଧି ପାଇଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ ଏବଂ ହେଜବୁଲ୍ଲାକୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବିଜୟ ହାସଲ କରିବା ପାଇଁ ତାଙ୍କ ଦେଶ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।
ନେତାନ୍ୟାହୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଥିବା ତାଙ୍କ ଭାଷଣରେ କହିଛନ୍ତି, ମୁଁ ଇରାନ ଏବଂ ହେଜବୁଲ୍ଲାକୁ କହିଛି, ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ନେତାନ୍ୟାହୁ କହିଛନ୍ତି, ଗୋଟିଏ ବର୍ଷ ମୁଁ ବହୁତ ସରଳ କଥା କହିଥିଲି ଯେ ଆମେ ମଧ୍ୟପ୍ରାଚ୍ୟର ଚେହେରା ବଦଳାଇବୁ ଏବଂ ଆମେ ପ୍ରକୃତରେ ତାହା କରୁଛୁ। ସିରିଆ ପୂର୍ବ ପରି ସମାନ ସିରିଆ ନୁହେଁ, ଲେବାନନ୍ ପୂର୍ବ ପରି ଲେବାନନ୍ ନୁହେଁ। ଗାଜା ପୂର୍ବ ପରି ଗାଜା ନୁହେଁ ଏବଂ ଇରାନ ମଧ୍ୟ ପୂର୍ବ ପରି ସମାନ ଇରାନ ନୁହେଁ। ସେମାନେ ଆମର ଶକ୍ତି ବିଷୟରେ ଜାଣି ପାରିଛନ୍ତି ।
ସିରିଆରେ ଇସ୍ରାଏଲର ସମ୍ପ୍ରତି କାର୍ଯ୍ୟକଳାପ ବିଷୟରେ ନେତାନ୍ୟାହୁ କହିଛନ୍ତି ଯେ, ସିରିଆ ସହିତ ବିବାଦ ପାଇଁ ଇସ୍ରାଏଲର କୌଣସି ଆଗ୍ରହ ନାହିଁ। ବାସ୍ତବତା ଉପରେ ଆଧାର କରି ଆମେ ଆମର ନୀତି ପ୍ରସ୍ତୁତ କରିବୁ। ଦଶନ୍ଧି ଧରି ସିରିଆ ଇସ୍ରାଏଲର ସକ୍ରିୟ ଶତ୍ରୁ ହୋଇ ରହିଆସିଛି। ଏହା ଆମ ଉପରେ ଆକ୍ରମଣ ଜାରି ରଖିଛି ଏବଂ ଅନ୍ୟମାନଙ୍କୁ ଏହାର ମାଟିରୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଅନୁମତି ଦେଇଛି ।
ନେତାନ୍ୟାହୁ କହିଛନ୍ତି, ନିକଟ ଅତୀତରେ ଆମେ ଅନେକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ପ୍ରତିରକ୍ଷା ସଚିବ କାଟଜଙ୍କ ସହ ମିଶି ମୁଁ ସିରିଆରୁ ସମ୍ଭାବ୍ୟ ବିପଦକୁ ରୋକିବା ଏବଂ ଆତଙ୍କବାଦୀ ଉପାଦାନଗୁଡ଼ିକୁ ଆମ ସୀମା ନିକଟରେ ପାଦ ନ ଦେବାକୁ ଆଇଡିଏଫକୁ ନିର୍ଦ୍ଦେଶ ଦେଇଛି।
ଏହା ପୂର୍ବରୁ ହେଜବୁଲ୍ଲା ନେତା ନାଏମ କାସିମଙ୍କ ଭାଷଣ ଆଧାରରେ ନେତାନ୍ୟାହୁ ଇସ୍ରାଏଲର କାର୍ଯ୍ୟକୁ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରିଛନ୍ତି। କାସିମ କହିଥିଲେ ଯେ ହେଜବୁଲ୍ଲା ସିରିଆ ଦେଇ ନିଜର ସାମରିକ ଯୋଗାଣ ମାର୍ଗ ହରାଇଛି।