- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଘଛାଲ ବିକ୍ରବେଳେ ମାଡ଼ି ବସିଲେ ପୋଲିସ ଓ ବନ ବିଭାଗର ଟିମ : ୨ ଜଣ ଗିରଫ
କେନ୍ଦୁଝର, ୩୦ ଡିସେମ୍ବର - ପୋଲିସ ଏବଂ କେନ୍ଦୁଝର ବନ ବିଭାଗକୁ ସୋମବାର ଦିନ ଏକ ବଡ଼ ସଫଳତା ମିଳିଛି ବୋଲି କୁହାଯାଇପ।।ରେ । ୨ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ହେଉଥିବା ଗୁଇନ୍ଦା ତଥ୍ୟ କୁ ଆଧାର କରି ମିଳିତ ଭାବେ ପାଟଣା ପୋଲିସ ଏବଂ ପାଟଣା ବନ ବିଭାଗ ଚଢ଼ାଉକରି ବାଘଚାଲ ଜବତ କରିଥିବାବେଳେ ମାମଲାରେ ଜଡିତ ୨ ଜଣକୁ ଗିରଫ କରିଛନ୍ତି ଜ୍ଝ. ମିଳିଥିବା ସୂଚନା ଅନୁସାରେ ୩୦ ତାରିଖ ସୋମବାର ଦିନ ପ୍ରାୟ ୧୧.୪୫ ସମୟରେ ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ କେନ୍ଦୁଝର ଏସ. ପି ନୀତିନ କୁଶଲକର ଏବଂ ବନ ଖଣ୍ଡ ଅଧିକାରୀ ଧନରାଜ ଏଚ ଡ଼ି ଙ୍କର ନିର୍ଦେଶ କ୍ରମେ ଉଭୟ ବିଭାଗର ମିଳିତ ଷ୍ଟାଫ , ଦୁଇଜଣ ଲୋକ ପାଟଣା ରେଞ୍ଜ ଅନ୍ତର୍ଗତ ଓସ୍ତାଯୋଡି ଠାରେ ଏକ ବଡ଼ ଚିତା ବାଘ ଛାଲ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ବେଳେ ସେମାନଙ୍କୁ ମ।।ଡି ବସିଥିଲେ । ଏହି ମାମଲାରେ ଜଡିତ ମୟୁରଭଞ୍ଜ ଜିଲ୍ଲା ଠାକୁର ମୁଣ୍ଡା ଥାନା ବସନ୍ତପୁର ଗ୍ରାମର ଦିବାକର ବନ୍ଦିଆ ଙ୍କ ପୁଅ ରାମ ବନ୍ଦିଆ (୩୩), ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଡ଼ିପାଳ ଗ୍ରାମର ରାଜେନ୍ଦ୍ର କୁଲାପଡିଆ ଙ୍କ ପୁଅ ସାଗର କୁଲାପଡିଆ (୩୭)କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ବାଘଛାଲ ସମେତ ଓଡି ୦୨-ଇ -୫୭୮୮ ନମ୍ବର ବିଶିଷ୍ଠ ଗୋଟିଏ ମଟର ସାଇକଲ, ଦୁଇଟି ମବାଇଲ ଫୋନ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ବାଘ ଛାଲ କେଉଁଠୁ ଆସିଲା ଓ ଏଥିସହ ଆଉ କିଏ କିଏ ସବୁ ଜଡିତ ଅଛନ୍ତି ତାହା ତଦନ୍ତ ପରିସର ଭୁକ୍ତ ରହିଛି । ବନ ବିଭାଗର ଓ ଆର କେଶ ନମ୍ବର ୮୪/୨୦୨୪-୨୫ ଦଫା ୯,୯୩(୩),୪୪ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯଇଁ ବୋଲି ଜଣାପଡିଛି ।