ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆଦିବାସୀ ମହିଳାଙ୍କ ପ୍ରତି ପୋଲିସ ଜୁଲମ ସୀମୀ ଟପିଲା: କମ୍ପାନୀର ଏଜେଣ୍ଟ ସାଜିଲା ପୋଲିସ ଓ ପ୍ରଶାସନ

(FMNews):--କେନ୍ଦୁଝରରେ ଖେିବାକୁ ମିଳିଛି ଏକ ଅଜବ ଘଟଣା । ଏହି ଅଜବ ଘଟଣା ଖେିବାକୁ ମିଳିଛି ଏସାର ମୀନମେଟ କମ୍ପାନୀର ଜନଶୁଣାଣୀ କାର୍ଯ୍ୟକ୍ରମରେ । ଯେଉଁଠାରେ କମ୍ପାନୀ ସମର୍ଥନରେ ଆିବାସୀ ମହିଳାଙ୍କ ପ୍ରତି ପୋଲିସର ବର୍ବରତା ସୀମୀ ଟପିଥିବା ଖେିବାକୁ ମିଳିଛିିା ଅବଶ୍ୟ ଏହା ପଛରେ କୌଣସି ରାଜନୈତିକ କିମ୍ବା ଉପରମହଲର ସମର୍ଥନ ଅଛି କି ନାହିଁ ତାହା ସ୍ଫଷ୍ଟ ହୋଇ ନଥିଲେ ମଧ୍ୟ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଘଟଣା ହେଉଛି ଯେ ଏହା ଖୋ ଆମ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଘଟଣା ।
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ , ସର ତହସିଲର ମହାେଇଯୋଡା ମୌଜା ଅନ୍ତର୍ଗତ ଟିକରପଡା ଠାରେ ଏସାର ମୀନମେଟ କମ୍ପାନୀ ବାର୍ଷିକ ୧୪.୩ ଏମଟିପିଏକ୍ଷମତା ବିଶିଷ୍ଟ ଆଇରନ ଓର ବେନିଫିକେସନ ପ୍ରକଳ୍ପ ନିମନ୍ତେ ୨ଏକର ଜମି ଆବଶ୍ୟକ କରୁଛନ୍ତି । ସେଥିପାଇିଁ ଗତ ଶନିବାର ିନ ମହାେଇଯୋଡା ପଂଚାୟତରେ ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଛିା କିନ୍ତୁ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ମୁଖ୍ୟତଃ ଭାବେଟିକରପଡା ଓ କାଗଡ ଗ୍ରାମର ଲୋକମାନେ ହିଁ ପ୍ରଭାବିତ ହେବେ । ସଂପୃକ୍ତଅଂଚଳବାସୀପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଚାଷବାସ କରି ଆରାମରେ ଚଳୁଥିବା ବେଳେ ପ୍ରକଳ୍ପ ପ୍ରତିଷ୍ଠାହେଲେ ବାୟୁ ଓ ଜଳ ବ୍ୟାପକପ୍ରୂଷଣ ହେବ । ଫଳରେ ଲୋକମାନଙ୍କର ଜୀବନ ଜିବିକା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛନ୍ତି ।ଯେଉଁଥିପାଇିଁପ୍ରକଳ୍ପ ପ୍ରତିଷ୍ଠାକୁବିରୋଧ କରିଛନ୍ତି । ଫଳରେ ପ୍ରଭାବିତ ଗ୍ରାମର ସଂଖ୍ୟାଧିକ ଲୋକମାନଙ୍କୁଜନ ଶୁଣାଣୀ ସ୍ଥଳକୁ ଛଡାଯାଇନାହିଁ । କମ୍ପାନୀର ଏଜେଟଂ ଭଳି ପୋଲିସକାର୍ଯ୍ୟକରୁଥିବା ଖେିବାକୁ ମିଳିଛି ।
ପ୍ରଭାବିତ ଅଂଚଳର ଶତାଧିକ ମହିଳା ଓ ପୁରୁଷ ଜନ ଶୁଣାଣୀ ସ୍ଥଳକୁ ଯିବା ବେଳେ ପୋଲିସ ଜୁଲମର ଶୀକାର ହୋଇଛନ୍ତି । ଆଧାରକାର୍ଡର ଆଳ ନେଇ ଯିଓ ପୋଲିସ ସେମାନଙ୍କର ଆଧାର କାର୍ଡ ଯାଚଂ କଲେ ତାପରେ ମଧ୍ୟ ସେମାନଙ୍କୁ ଜନଶୁଣାଣୀସ୍ଥଳକୁ ଛାଡି ନଥିବା ସେମାନେ କହିଛନ୍ତିା ଏହି ଅନ୍ୟାୟର ପ୍ରତିବା କରିଥିବା ମହିଳାଙ୍କୁ ପୋଲିସ ମାଡମାରି ଡ୍ରେନକୁ ପକାଇ େଲେ । ପୋଲିସ ନିର୍ଦ୍ଦୟ ଭାବେ ମାଡ ଓ ଧକ୍କା ଆି ବୋ କାରଣରୁଜଣେ ମହିଳା ଚେତାଶୂନ୍ୟ ହେବା ସହ କେତେଜଣ ମହିଳାଙ୍କ ମୁଣ୍ଡ ଫାଟିଲା । ତଥାପି ପୋଲିସ ଜୁଲମର ପ୍ରତିବା ବନ୍ଦ ହୋଇନଥିଲା । ଫଟ ଉଠାଉଥିବା ଲୋକଙ୍କର ମୋବାଇଲ ପୋଲିସ ଛଡାଇ ନେବା ସହ କେତେକକୁ ଭାଙ୍ଗି େଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।
ଜନ ଶୁଣାଣୀସ୍ଥଳକୁ ଅନ୍ୟଅଚଂଳର ଲୋକଙ୍କୁ ଆଣାଯାଇ ଜନଶୁଣାଣୀକୁ ସଫଳ କରିବାକୁ ଉ୍ୟମ କରାଯାଇଥିବା ସିଧାସଳଖ କହିଛନ୍ତି ପ୍ରଭାବିତ ଟିକରପଡାର ଗ୍ରାମବାସୀମାନେ । ଯେହେତୁ ଜନଶୁଣାଣୀ ଏକ ସାମ୍ବିଧାନିକ ବ୍ୟବସ୍ଥା ସେଥିରେ ପୋଲିସ ହସ୍ତକ୍ଷେପ କରିପାରିବା କଥା ନୁହେଁ ।କିନ୍ତୁଏସବୁ କାମ ପାଇିଁପୋଲିସକୁ କିଏ ନିର୍ଦ୍ଦେଶ ଦେଇଥିଲା ? ଏଭଳି ନୀରପରାଧୀ ଅସହାୟ ପୁରୁଷ ଓ ମହିଳାଙ୍କ ପ୍ରତି ଏତାୃଶ୍ୟ ଅମାନବିକ ବର୍ବୋରଚିତ କାର୍ଯ୍ୟ କରିବାକୁ ପୋଲିସ କିପରି ସାହସ କଲା । ତା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବଚନ ମଣ୍ଡଳୀରେ , ତାହା ହେଉଛି ଏକ ବଡ ପ୍ରଶ୍ନ । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କିପରି ଏସବୁ ଅନୈତିକ କାର୍ଯ୍ୟକୁ ଆଖିବୁଜି ସମର୍ଥନ କଲା ତାହା ଏବେବି ତାହା ସମସ୍ତଙ୍କ ପାଇିଁ ଅବୁଝା ହୋଇ ରହିଛି । ତେବେ କଣ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ନିନ୍ଦିତ କରିବା ଲାଗି କିଛି ପୋଲିସ ଅଧିକାରୀ ଓ ପ୍ରଶାସନ ଅଧିକରୀଙ୍କ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ନୁହେଁ ତ? ଯିଏହା ସତ୍ୟ ହୁଏ ତେବେ କେତେଶିଘ୍ର ସଂପୃକ୍ତ ପୋଲିସ ଓ ଜିଳ୍ଲା ପ୍ରଶାସନ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟର ମୁଖିଆ କେଉଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଖେିବାକୁ କେନ୍ଦୁଝରବାସୀଙ୍କ ଅପେକ୍ଷା ରହିବା ସ୍ୱଭାବିକ ।