- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ପୋଖରୀକୁ ଗାଧୋଇବାକୁ ଯାଇ ପୋଲିସ ହାବିଲଦାର ନିଖୋଜ, ମୃୃତଦେହ ଉଦ୍ଧାର
କେନ୍ଦୁଝର, ୨୫ ଜାନୁଆରୀ- ଟାଉନ ଥାନା ନରଣପୁର ଟାଙ୍ଗରପଳଶା ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ହାବିଲଦାର ନିଖୋଜ ହେବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଖବର ଅନୁସାରେ, ସିଲୁଆଁ ନିକଟରେ ରହୁଥିବା ଏବଂ କେନ୍ଦୁଝର ପୋଲିସ ରିଜର୍ଭରେ ପୋଲିସ ହାବିଲଦାର ଭାବେ କାର୍ଯ୍ୟ କରୁଥିବା ମୃତ୍ୟୁଞ୍ଜୟ ନାଏକ ନାମକ ପୋଲିସ କର୍ମଚାରୀଙ୍କର ଜଣେ ସମ୍ପର୍କୀୟଙ୍କର ଶୁକ୍ରବାର ଦଶାହ କାର୍ଯ୍ୟ ଥିଲା। ତେଣୁ ସେ ଟାଙ୍ଗରପଳସା ସ୍ଥିତ ଶାଶୁ ଭୁଆଶୁଣି ପୋଖରୀକୁ ଅନ୍ୟମାନଙ୍କ ସହିତ ଦଶାହ ବୁଡ଼ ଦେବାକୁ ଯାଇଥିଲେ I ଅନ୍ୟମାନେ ଗାଧୋଇ ଚାଲି ଆସିବା ପରେ ଆଉ ଜଣେ -ଦୁଇଜଣ ଛୋଟ ପିଲା ସେଠାରେ ରହିଯାଇଥିଲେ I ଏତିକି ବେଳେ ମୃତ୍ୟୁଞ୍ଜୟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଏବଂ ଗଭୀର ପାଣିକୁ ଚାଲିଯାଇଥିଲେ । ଫଳରେ ସେ ବୁଡ଼ିଯାଇଥିଲେ | ପୋଖରୀରେ ଥିବା ସେହି ଛୋଟ ପିଲାମାନେ ଆସି କହିବା ପରେ ଘଟଣା ଜଣାପଡ଼ିଥିଲା | ଲୋକେ ତୁରନ୍ତ ପୋଖରୀକୁ ଯାଇ ଦେଖିଥିଲେ ଯେ ତାଙ୍କର ଲୁଗାପଟା, ଚପଲ ମଧ୍ୟ ପୋଖରୀ କୂଳରେ ଥୁଆ ହୋଇଥିଲେ ମଧ୍ୟ ସେ ନାହାନ୍ତି I ତେଣୁ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବାହିନୀ ଓ ଟାଉନ ପୋଲିକୁ ଖବର ଦିଆଯାଇଥିଲା I ଅଗ୍ନିଶମ ବାହିନୀ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜିି କରି ମଧ୍ୟ ତାଙ୍କୁ ଠାବ କରିପାରିଲାନାହିଁ I ଏବଂ ଶନିବାର ସକାଳୁ ପୁଣି ଖୋଜାଖୋଜି କାମ ଆରମ୍ଭ ହୋଇଥିଲା । ଏବଂ ବହୁ ଖୋଜା ଖୋଜି ପରେ ତ।ଙ୍କ ମୃୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ପୋଲିସ ବାହିନୀ ମଧ୍ୟରେ ଶୋକର ଛାାୟା ଖେଳି ଯାଇଛି |