- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
ତିରୁଅନନ୍ତପୁରମ, ୧୧ ଜାନୁଆରି କେରଳ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପ୍ରତିଶ୍ରୁତିକୁ ଜୋରଦାର କରିଛନ୍ତି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ତିରୁଅନନ୍ତପୁରମରେ ପହଂଚି ନିର୍ବାଚନ ରଣନୀତି ଉପରେ ବିଚାର ମିମର୍ଷ କରିବା ପାଇଁ ଦଳୀୟ ନେତାମାନଙ୍କ ସହିତ ବୈଠକ କରିଥିଲେ । ତାଙ୍କର ଏହି ଗସ୍ତକୁ କେରଳରେ ୨୦୨୬ ବିଧନସଭା ନିର୍ବାଚନ ପ୍ରଚାରର ଆନୁଷ୍ଠାନିକ ଆରମ୍ଭ ଭାବରେ ଦେଖାଯାଉଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ଭାରତୀୟ ଜନତାପାର୍ଟି (ବିଜେପି) ଏବଂ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ର ଜନପ୍ରତିନିଧିଙ୍କ ସହ ଏକ ବୈଠକରେ ଦାବି କରିଛନ୍ତି ଯେ, ୨୦୨୬ ମସିହାରେ କେରଳର ରାଜନୀତିରେ ଏକ ବଡ଼ ପରିବର୍ତନ ଆସିବ ଏବଂ ରାଜ୍ୟକୁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ମିଳିବ । ସେ କହିଛନ୍ତି ଯେ, ସଦ୍ୟ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ତିରୁଅନନ୍ତପୁରମ ନଗର ନିଗମରେ ବିଜେପିର ଐତିହାସିକ ବିଜୟ ଏକ ସ୍ପଷ୍ଟ ସୂଚକ ଯେ, କେରଳ ପରିବର୍ତନ ଆଡ଼କୁ ଅଗ୍ରସର ହେଉଛି । ସେ ଏବେ କେରଳର ପାଳି ସ୍ଲୋଗାନ ଦେଇ ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।