- ଓଡିଶା ବନ୍ଦକୁ ଅନୁଗୁଳ ଜିଲ୍ଲା କଂଗ୍ରେସର ସମର୍ଥନ
- 28 ତାରିଖ ଓଡିଶା ବନ୍ଦକୁ କଂଗ୍ରେସର ସମର୍ଥନ
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
ତିରୁଅନନ୍ତପୁରମ, ୧୧ ଜାନୁଆରି କେରଳ ରାଜ୍ୟରେ ବିଧାନସଭା ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପ୍ରତିଶ୍ରୁତିକୁ ଜୋରଦାର କରିଛନ୍ତି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ତିରୁଅନନ୍ତପୁରମରେ ପହଂଚି ନିର୍ବାଚନ ରଣନୀତି ଉପରେ ବିଚାର ମିମର୍ଷ କରିବା ପାଇଁ ଦଳୀୟ ନେତାମାନଙ୍କ ସହିତ ବୈଠକ କରିଥିଲେ । ତାଙ୍କର ଏହି ଗସ୍ତକୁ କେରଳରେ ୨୦୨୬ ବିଧନସଭା ନିର୍ବାଚନ ପ୍ରଚାରର ଆନୁଷ୍ଠାନିକ ଆରମ୍ଭ ଭାବରେ ଦେଖାଯାଉଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ଭାରତୀୟ ଜନତାପାର୍ଟି (ବିଜେପି) ଏବଂ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ର ଜନପ୍ରତିନିଧିଙ୍କ ସହ ଏକ ବୈଠକରେ ଦାବି କରିଛନ୍ତି ଯେ, ୨୦୨୬ ମସିହାରେ କେରଳର ରାଜନୀତିରେ ଏକ ବଡ଼ ପରିବର୍ତନ ଆସିବ ଏବଂ ରାଜ୍ୟକୁ ଜଣେ ବିଜେପି ମୁଖ୍ୟମନ୍ତ୍ରୀ ମିଳିବ । ସେ କହିଛନ୍ତି ଯେ, ସଦ୍ୟ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ତିରୁଅନନ୍ତପୁରମ ନଗର ନିଗମରେ ବିଜେପିର ଐତିହାସିକ ବିଜୟ ଏକ ସ୍ପଷ୍ଟ ସୂଚକ ଯେ, କେରଳ ପରିବର୍ତନ ଆଡ଼କୁ ଅଗ୍ରସର ହେଉଛି । ସେ ଏବେ କେରଳର ପାଳି ସ୍ଲୋଗାନ ଦେଇ ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।