- ବିହାରର ପୂର୍ଣ୍ଣିଆରେ ‘ଭୋଟର ଅଧିକାର ଯାତ୍ରା’: ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ କଲେ ମୋଟରସାଇକେଲ ଚାଳନା
- ଖୋଲିଲା ଆଉ ୪ ସ୍ଲୁଇସ୍ ଗେଟ୍ : ହିରାକୁଦ ଜଳଭଣ୍ଡାରରୁ ୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
- ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
- 2035 ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି, ପ୍ରଥମ ମଡ୍ୟୁଲ୍ 2028 ସୁଦ୍ଧା ଲଞ୍ଚ ହେବ - ଭି ନାରା...
- ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ କେବେ ? ଜବାବ ଦେବେ କି ଧର୍ମେନ୍ଦ୍ର ବାବୁ ? କଂଗ୍ରେସ ମାଗିଲା ଊତ୍ତର
ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ

ଜୟପୁର, 16ଡିସେମ୍ବର:ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା , ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ କରିଛନ୍ତି । ଏହା ସହ ସରକାରୀ ସେବିକା ମହାବିଦ୍ୟାଳୟ କୋରାପୁଟ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟକ ୭ ମହଲା ବିଶିଷ୍ଟ ନୁତନ କୋଠା ଲୋକାର୍ପଣ ହୋଇଛି । । ଆଧୁନିକ ସୁବିଧା ଥିବା ୧୪୨ କୋଟି ଟଙ୍କା ବିନିମୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଛି । ଜିଲା ଚିକିତ୍ସାଳୟର କର୍ମଚାରି ମାନଙ୍କ ପାଇଁ ୩୫ କୋଟି ଟଙ୍କା ବିନିୟମରେ ନିର୍ମାଣ ହୋଇଥିବା ୯୬ଟି ଟି ନବ ନିର୍ମିତ ଆବାଷିକ ଗୃହର ନିର୍ମାଣ ହୋଇଛି । ୩ ଶହ ଶଯ୍ୟା ବିଶିଷ୍ଟ ୭ ମହାଲା ନୁତନ କୋଠା ସମ୍ପୁଣ୍ଣ ଅତ୍ୟାଧୁନିକ ସବିଧା ଥବା ଗୋଟିଏ ଛାତ ତଳେ ଆଟ୍ରାସାଉଣ୍ଡ, ଅସ୍ଥିଶଲ୍ୟ ଭଳି ସମସ୍ତ ବିଭାଗ ଚିକିତ୍ସା ରହିଛି । ପୁରୁଣା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରକୁ ମଧ୍ୟ ଏଠାକୁ ଆଣାଯାଇଛି । ଏଠାରେ ସମସ୍ତ ସୁବିଧା ରହିଥିବା ବେଳେ ଖୁବ ଶିଘ୍ର ଆଇସିୟୁର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଚନା ଦେଇଥିଲେ । ଏହା ସହ ୫୨ କୋଟି ଟଙ୍କା ବିନିୟମରେ ନବ ନିର୍ମିତ ଜୟପୁର ଏୟାରପୋର୍ଟର ଟର୍ମିନାଲ କୋଠା ଲୋକାର୍ପଣ ମଧ୍ୟ ମୁଖ୍ୟ ମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏଠାରୁ ସମ୍ବଲପୁର, ରାଉଲକେଲା ଭଳି ଅଞ୍ଚଳକୁ ବିମାନ ସେବା ଯୋଗାଇବା ପାଇଁ ସରକାର ଉଦ୍ୟମ କରୁଥିବା ମୁଖ୍ୟମନ୍ତ୍ରୀ ସୁଚନା ଦେଇଥିଲେ । ଯୁବତି ମାନଙ୍କ ପାଇଁ ସରକାରୀ ସେବିକା ମହାବିଦ୍ୟାଳୟ କୋରାପୁଟ ଭିତ୍ତି ପ୍ରସ୍ତର ଦିଆଯାଇଛି । ୧୦ କୋଟି ୨୩ ଲକ୍ଷ
ଟଙ୍କା ବିନିୟମରେ ମହାବିଦ୍ୟାଳୟ ନିର୍ମାଣ ହେବ । ଏଠାରେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଉଦବୋଧନ ଦେଇ ଜୁନ ୧୨ ତାରିଖରେ ସରକାର ଗଠନ ହେବା କ୍ଷଣି କ୍ୟାବିନେଟ ଡକାଇ ରାଜ୍ୟବାସୀଙ୍କ ଙ୍କ ଦାବି ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିବା , ଚାଷି ଧାନକ୍ୱିଇଣ୍ଟାପିଛା ଦର ବୃଦ୍ଧି ବୋନେସ ଦେବା ସହ ଶୁଭଦ୍ରା ଯୋଜନାକୁ ପ୍ରଣୟନ କରିବା ଆଦି ପଦକ୍ଷେପ ନିଆଯାଇଥିଲା । ବତ୍ତମାନର ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଗମନା ଗମନକୁ ଗୁରୁତ୍ୱ ଦେଇଛି । ଡବଲ ଇଞ୍ଜିନର ସରକାର ଅବିଭକ୍ତ କୋରାପୁଟ ଜିଲା ଏକ ଅଗ୍ରଣି ଜିଲା ଭାବେ ପ୍ରତିଷ୍ଠା କରିବା ନେଇ ଉଦ୍ୟମ କରୁଛି । ଅବିଭକ୍ତ କୋରାପୁଟ ଜିଲାର ପଯ୍ୟଟନର ବିକାଶ ହେବ । ରେଳ ନାଇନର ବିକାଶ ବିମାନ ବନ୍ଦର, ସ୍ୱାସ୍ଥ୍ୟ ,ଶିକ୍ଷା ସବୁ କ୍ଷେତ୍ରରେ ବିକାଶ କରାଯିବ । ୟପୁର ବିମାନ ବନ୍ଦରରୁ ଭୁବନେଶ୍ୱର, ବିଶାପାଟଣା, ରାୟପୁର, ସମ୍ବଲପୁର ଆଦି କୁ କନେକସନ କରା ଯିବ ବୋଲି ମୁଖ୍ୟମନ୍ତ୍ରୀ ସୁଚନା ଦେଇଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁ ରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ପଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଅିାଁନ୍ତା , ଜିଲା ପରିଷଦର ସଭାନେତ୍ରୀ ସସ୍ମିତା ମେଲକା, କୋରପୁଟ ଜିଲା ପାଳ ଭି କତ୍ତି ଭାସନ, ଏସପି ରୋହିତ ବର୍ମା ଜିଲା ଚିକିତ୍ସାଧିକାରି ବରଦା କାନ୍ତ ମିଶ୍ର ମଞ୍ଚାସିନ ଥିଲେ । ପରବରେ ଜୟପୁର ଜଗନ୍ନାଥ ସାଗର ବିକାଶ ଓ ପୁନଃ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟମନ୍ତ୍ରୀଙ୍କ କାଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ । ଏଠାରେ ଉପ ଜିଲାପାଳ ଆକା ବରମ ସସ୍ୟା ରେଡ୍ଡି, ଏସଡିପିଓ ଅଙ୍କିତ କୁମାର ବର୍ମା, ବିଡିଓ ଶକ୍ତି ମହାପାତ୍ର , ତହିଲଦାର ସବ୍ୟସାଚି ଜେନା, ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି, ପ୍ରମୁଖ ଉପସ୍ଥିତ ଥିଲେ ।