ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ

FMNEWS.IN 25-02-2026

ଭୁବନେଶ୍ୱର, 25 ଫେବ୍ରୁଆରି - ଭିଜିଲାନ୍ସ ୪ କୋଟି ନଗଦ କ୍ୟାସ ଜବତ କରିବା ଘଟଣାରେ କଂଗ୍ରେସ ବିଧାୟକ ଅଶୋକ ଦାସ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି । ଦୁଇ ବର୍ଷ ପରେ ବି ଆଉ ଛୁଆ ସରକାର କହିଲେ ହେବ ନାହିଁ । ସରକାରୀ ଅଧିକାରୀଙ୍କ ପାଖରୁ ବର୍ତ୍ତମାନ ଯେଉଁ କୋଟି କୋଟି ଟଙ୍କା ବାହାରୁଛି ଏଥିପାଇଁ ଦାୟୀ କିଏ । ଉତ୍ତର ଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରନ୍ତୁ ଯାହା ଫଳରେ ଏହି ରୋଗ ଧୀରେ ଧୀରେ କମିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।