Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ ଅଧ୍ୟକ୍ଷା
FMNEWS.IN
17-12-2024
ଜୟପୁର- ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି । ଆଜି ଭୁବନେଶ୍ୱର ଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାଯ୍ୟାଳୟରେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ସହ ୧୪ ଜଣ ସରପଞ୍ଚ , ସମିତି ସଭ୍ୟ ଓ ନାଏବ ସରପଞ୍ଚ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ସୂଚନା ପାଇବା ପରେ ଜୟପୁର ବିଜେଡିକୁ ଶକ୍ତ ଝଟକା ଲାଗିଛି । ଜୟପୁର ବ୍ଲକ ଅଧ୍ୟକ୍ଷା ତିଳେତ୍ତମା ମୁଦୁଲି ଅଭିଯୋଗ କରିଛନ୍ତି ଯେ, ବିଜେଡି ଆଦିବାସୀ ବିରୋଧି, ବ୍ଲକରେ କୌଣସି ବିକାଶମୁଳକ କାର୍ଯ୍ୟରେ ବିଜେଡି ନେତୃତ୍ଵ ସହଯୋଗ କରୁ ନଥିଲେ । ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପିକୁ ଭରସା କରି ସେ ଦଳରେ ସାମିଲ ହୋଇଛନ୍ତି ।