Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ ଅଧ୍ୟକ୍ଷା
FMNEWS.IN
17-12-2024
ଜୟପୁର- ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି । ଆଜି ଭୁବନେଶ୍ୱର ଠାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାଯ୍ୟାଳୟରେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ସହ ୧୪ ଜଣ ସରପଞ୍ଚ , ସମିତି ସଭ୍ୟ ଓ ନାଏବ ସରପଞ୍ଚ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ସୂଚନା ପାଇବା ପରେ ଜୟପୁର ବିଜେଡିକୁ ଶକ୍ତ ଝଟକା ଲାଗିଛି । ଜୟପୁର ବ୍ଲକ ଅଧ୍ୟକ୍ଷା ତିଳେତ୍ତମା ମୁଦୁଲି ଅଭିଯୋଗ କରିଛନ୍ତି ଯେ, ବିଜେଡି ଆଦିବାସୀ ବିରୋଧି, ବ୍ଲକରେ କୌଣସି ବିକାଶମୁଳକ କାର୍ଯ୍ୟରେ ବିଜେଡି ନେତୃତ୍ଵ ସହଯୋଗ କରୁ ନଥିଲେ । ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେପିକୁ ଭରସା କରି ସେ ଦଳରେ ସାମିଲ ହୋଇଛନ୍ତି ।