Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନେପାଳ-ଭାରତ ମଧ୍ୟରେ ବାଣିଜ୍ୟ ସଚିବସ୍ତରିୟ କଥାବାର୍ତା ୯-୧୦ ଜାନୁଆରୀରେ କାଠମାଣ୍ଡୁରେ
FMNEWS.IN
16-12-2024
କାଠମାଣ୍ଡୁ- ନେପାଳ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ବାର୍ଷିକ ବୈଠକ କାଠମାଣ୍ଡୁରେ ହେବାକୁ ଯାଉଛି । ନେପାଳ-ଭାରତ ବ୍ୟବସାୟ ଏବଂ ପରିବହନ ଅର୍ନ୍ତ - ସରକାରୀ କମିଟି(ଆଇଜିସି)ର ନାମରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଜାନୁଆରୀ ୯ ଓ ୧୦ ତାରିଖରେ ହେବାକୁ ସ୍ଥିର ହୋଇଛି ।
ନେପାଳ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ବାବୁରାମ ଅଧିକାରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ଆଇଜିସି ବୈଠକ ଗତ ଥର ଦିଲ୍ଲୀରେ ହୋଇଥିବାରୁ ଚଳିତ ଥର କାଠମାଣ୍ଡୁରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।
ମନ୍ତ୍ରାଳୟର ମୁଖପାତ୍ର ଅଧିକାରୀ କହିଛନ୍ତି ଯେ, ଆଇଜିସିର ବୈଠକରେ ମୁଖ୍ୟତଃ ବ୍ୟାପାର, ପରିବହନ ଏବଂ ନିବେଶ ଉପରେ କେନ୍ଦ୍ରିତ ଏଜେଣ୍ଡା ଉପରେ ଆଲୋଚନା ହେବ । ନେପାଳ ପକ୍ଷରୁ ବାଣିଜ୍ୟିକ ଚୁକ୍ତିରେ ସଂଶୋଧନ ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହିପରି ଗମନାଗମନ ଚୁକ୍ତିର ପ୍ରୋଟୋକଲରେ ଅଧିକ ସ୍ପଷ୍ଟତା ଏବଂ ସଂଶୋଧନର ଏଜେଣ୍ଡା ମଧ୍ୟ ସମାବେଶ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖପାତ୍ର ।