Breaking News
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ନେପାଳ-ଭାରତ ମଧ୍ୟରେ ବାଣିଜ୍ୟ ସଚିବସ୍ତରିୟ କଥାବାର୍ତା ୯-୧୦ ଜାନୁଆରୀରେ କାଠମାଣ୍ଡୁରେ
FMNEWS.IN
16-12-2024
କାଠମାଣ୍ଡୁ- ନେପାଳ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ବାର୍ଷିକ ବୈଠକ କାଠମାଣ୍ଡୁରେ ହେବାକୁ ଯାଉଛି । ନେପାଳ-ଭାରତ ବ୍ୟବସାୟ ଏବଂ ପରିବହନ ଅର୍ନ୍ତ - ସରକାରୀ କମିଟି(ଆଇଜିସି)ର ନାମରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଜାନୁଆରୀ ୯ ଓ ୧୦ ତାରିଖରେ ହେବାକୁ ସ୍ଥିର ହୋଇଛି ।
ନେପାଳ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ବାବୁରାମ ଅଧିକାରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ଆଇଜିସି ବୈଠକ ଗତ ଥର ଦିଲ୍ଲୀରେ ହୋଇଥିବାରୁ ଚଳିତ ଥର କାଠମାଣ୍ଡୁରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।
ମନ୍ତ୍ରାଳୟର ମୁଖପାତ୍ର ଅଧିକାରୀ କହିଛନ୍ତି ଯେ, ଆଇଜିସିର ବୈଠକରେ ମୁଖ୍ୟତଃ ବ୍ୟାପାର, ପରିବହନ ଏବଂ ନିବେଶ ଉପରେ କେନ୍ଦ୍ରିତ ଏଜେଣ୍ଡା ଉପରେ ଆଲୋଚନା ହେବ । ନେପାଳ ପକ୍ଷରୁ ବାଣିଜ୍ୟିକ ଚୁକ୍ତିରେ ସଂଶୋଧନ ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହିପରି ଗମନାଗମନ ଚୁକ୍ତିର ପ୍ରୋଟୋକଲରେ ଅଧିକ ସ୍ପଷ୍ଟତା ଏବଂ ସଂଶୋଧନର ଏଜେଣ୍ଡା ମଧ୍ୟ ସମାବେଶ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖପାତ୍ର ।