- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
ଅନୁଗୁଳ :ଅନୁଗୁଳ ଜିଲ୍ଲା ନାଲକୋ ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତା ଗୁରୁବାର ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଂଘର ସଭାପତି ଗୋକୁଳାନନ୍ଦ ଜେନାଙ୍କ ନେତୃତ୍ୱରେ 50ରୁ ଉର୍ଦ୍ଧ ଅବସରପ୍ରାପ୍ତ କର୍ମଚାରୀ ସାଂସଦଙ୍କୁ ଭେଟିଥିଲେ |ସମ୍ବର୍ଦ୍ଧନା ପରେ ସାଂସଦ ଶ୍ରୀ ପାଣି ସଂଘର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ |ନାଲକୋ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପାଇଁ ତଥା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ରି କ୍ରିଏସନ ସେଣ୍ଟର ନିର୍ମାଣ କରିବା ପାଇଁ ସାଂସଦଙ୍କୁ ସେମାନେ ଅନୁରୋଧ କରିଥିଲେ |ଅବସରପ୍ରାପ୍ତ ନାଲକୋ କର୍ମଚାରୀ ମାନଙ୍କୁ କ୍ୱାଟର ଛାଡିବା ପାଇଁ ଅତି କମରେ ଚଳିତ ରଥଯାତ୍ରା ପର୍ଯ୍ୟନ୍ତ ନାଲକୋ କର୍ତ୍ତୃପକ୍ଷ ସମୟ ଦେବାକୁ ସେମାନେ ସାଂସଦଙ୍କୁ ଅନୁରୋଧ କରିଥିଲେ | ସାଂସଦ ନାଲକୋର ସିଏମଡି ଏବଂ ମାନବ ସମ୍ବଳ ନିଁର୍ଧେଶକଙ୍କ ସହ ଏ ବିଷୟରେ କଥା ହୋଇ ଅବସରପ୍ରାପ୍ତ କର୍ମଚାରୀଙ୍କର ଦାବୀ ପ୍ରତି ସହୃଦୟ ବିଚାର କରିବା ପାଇଁ ପରାମର୍ଶ ଦେଇଥିଲେ |ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଜେନାଙ୍କ ସମେତ ସାଧାରଣ ସମ୍ପାଦକ ମାଙ୍ଗୀଲାଲ ସାମଲ, ଉପ ସଭାପତି ରମେଶ ବେହେରା, ପରେଶ ଜେନା ଓ ଦିଲ୍ଲୀପ ମିଶ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ |