- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଗଳ୍ପ ସଙ୍କଳନ ‘ ଜୀବନର ଅନ୍ତଃସ୍ୱର’ ଲୋକାର୍ପିତ
ଧର୍ମଶାଳା- ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତସ୍ଥ ହରିବୋଲିଆ ମଠ ପରିସରରେ ଶିକ୍ଷାବିତ୍ ପ୍ରଭାକର ମଣ୍ଡଳଙ୍କ ଗଳ୍ପ ସଙ୍କଳନ ଜୀବନର ଅନ୍ତଃସ୍ୱର ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୁସାହିତ୍ୟିକ ଡ. ମହେଶ୍ୱର ଜେନସାମନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସୁନାମଧନ୍ୟ କବି ତଥା ସୁସାହାତ୍ୟିକ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ତଥା ସ୍ତମ୍ଭକାର ମନୋରଂଜନ ମହାନ୍ତି, ସମ୍ମାନୀତ ଅତିଥିଭାବେ ବିଶିଷ୍ଠ ପ୍ରବଚକ ବିଭୁତି ଭୂଷଣ ପାଳ ଓ ସୁସାହିତ୍ୟିକ ଡ. ସୁନାକର ଦାସ ଯୋଗଦେଇ ଗଳ୍ପ ହେଉଛି ମଣିଷ ଜୀବନର ଏକ ଅଂଶ । ସମ୍ପ୍ରତି ସମାଜରେ ଯାହା ଘଟିଥାଏ ତାହା ଗଳ୍ପରେ ବନ୍ଧା ଯାଇଥାଏ । ଅତିତର ଗଳ୍ପ ଓ ଆଜି ଗଳ୍ପ ଭିତରେ ବହୁତ ତାରତମ୍ୟ ରହିଛି । ଯୁବ ପିଢୀମାନଙ୍କୁ ଆଧାର କରି ଆଜିର ଗଳ୍ପ ସଙ୍କଳନ କରାଯାଉଛି । ଯାହାକି ପାଠକମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଶ୍ୱର ଚନ୍ଦ୍ର ଜେନା, ଅନନ୍ତ କିଶୋର ମହାନ୍ତି, ମଧୁସୁଦନ ଖୁଂଟିଆ, ବାବୁଲି ଚରଣ ଦଣ୍ଡପାଟ, ବିବେକାନନ୍ଦ ମଣ୍ଡଳ, ବଳରାମ ମହାନ୍ତି, ନାରାୟଣ ଚନ୍ଦ୍ର ଦାସ, ମନୀଷା ମଣ୍ଡଳ ଓ ତୈଲୋକ୍ୟ ନାଥ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥିମାନେ ଗଳ୍ପ ସଙ୍କଳନ ଜୀବନର ଅନ୍ତଃସ୍ୱରକୁ ଲୋକାର୍ପିତ କରିଥିଲେ । ଶିକ୍ଷାବିତ ତଥା ଲେଖକ ପ୍ରଭାକର ମଣ୍ଡଳ ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ହୃଷିକେଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଚିତ ରଂଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ କବି, ସୁସାହିତ୍ୟିକ ଓ ଶିକ୍ଷାବିତ ଯୋଗ ଦେଇଥିଲେ ।