- ସରକାରରେ ଆସିବା ପରେ ପ୍ରଶିକ୍ଷଣ ଶିବିରର ମହତ୍ୱ ବଢିଛି - ରୁଦ୍ର ପାଣି
- ବଡଦାଣ୍ଡ ଓ ଭିଆଇପି ରୋଡ଼ରେ ମାଳମାଳ ଯାନବାହାନ ପାର୍କିଙ୍ଗ
- ଲାଂଚୁଆ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ଏବଂ କୋର୍ଟ ଚାଲାଣ, ସମୁଦାୟ ୧୮ ଲକ୍ଷ ୧୧ ହଜାର ଟଙ୍କା ଜବତ, କୋଟିଏରୁ ଉର୍ଦ୍...
- ଆଗାମୀ ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ : ସଂକଳ୍ପ ଶିବିରକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ...
- ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ସରିଛି - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
କେନ୍ଦ୍ର ଓ ରାଜ୍ଯ ବଜେଟ ଲୋକାଭିମୁଖୀ - ପୁରୀ ସାଂସଦ

ପୁରୀ- ଚଳିତବର୍ଷ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବଜେଟ ଲୋକାଭିମୁଖୀ ,ଲୋକପ୍ରିୟ ଓ ସବୁବର୍ଗର ଜନତାଙ୍କ ପାଇଁ ଆଦୃତ ହୋଇଛି ବୋଲି ପୁରୀ ସାଂସଦ ଡ.ସମ୍ବିତ ପାତ୍ର ମତବ୍ୟକ୍ତ କରିଛନ୍ତି । ଶନିବାର ପୂର୍ବାହ୍ନରେ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ବିକଶିତ ଭାରତ ପାଇଁ କେନ୍ଦ୍ର ଓ ରାଜ୍ଯ ବଜେଟ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ଯ ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ କହିଲେ ଡବଲ ଇଞ୍ଜିନି ସରକାରରେ କେନ୍ଦ୍ର ଓ ରାଜ୍ଯ ବଜେଟ ଐତିହାସିକ ଯୁଗାନ୍ତକାରୀ ବଜେଟ । ଓଡିଶାର ୫୮ଟି ସବ ଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ କରାଯିବ । ପୁରୀ ଭୁବନେଶ୍ଵର ଓ ପାରାଦ୍ବୀପକୁ ମିଶାଇ ବୃହତ ମହାନଗର ପରିକଳ୍ପନା କରାଯାଇଛି ।
ପୁରୀ ସହର ମଧ୍ଯ ଅତ୍ଯାଧୁନିକ ସହର ହେବ । ବକୁଳବନକୁ ଐତିହ୍ଯ ସ୍ଥଳି ଭାବେ ବିକଶିତ କରାଯିବ । ପୁରୀ ସାଂସଦ ଶ୍ରୀ ପାତ୍ର କହିଲେ, କେଉଁ ଦିଶାରେ ଦେଶ ଚାଲିବ ତାକୁ ଲକ୍ଷ୍ଯ କରି ମୋଦିଜୀଙ୍କ ଆଭିମୁଖ୍ଯ ଅନୁଯାଇ ବଜେଟ ଉପସ୍ଥାପନ କରାଯାଇଛି । ଏହା ଏକ ଜ୍ଞାନ ବଜେଟ । ଗରିବ, ଯୁବକ, ଅନ୍ନଦାତା ଓ ନାରୀଶକ୍ତି ବିକାଶ ପାଇଁ ବ୍ଯବସ୍ଥା ହୋଇଛି । ଏହି ବଜଟରେ ନିମ୍ନ ମଧ୍ୟମ ଓ ମଧ୍ଯମ ବର୍ଗଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି । ଆୟକର ଦାତାଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ଯାକ୍ସ ଲାଗିବ ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରାଇ ସଭାପତିତ୍ବ କରିଥିଲେ । ପୁରୀର ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ରାଷ୍ଟ୍ରୀୟ ପରିଷଦ ସଦସ୍ଯ ମଧୁସୂଦନ ସିଂହାରୀ ଯୋଗଦେଇ ବଜେଟ ସଂପର୍କରେ ମତ ଦେଇଥିଲେ ।