- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମନରେଗା ନାମ ପରିବର୍ତ୍ତନ ପ୍ରତିବାଦରେ ପୁରୀ କଂଗ୍ରେସର ଗଣଧାରଣା
ପୁରୀ, ୧୧ ଜାନୁଆରୀ - ସ୍ଥାନୀୟ ଗାନ୍ଧୀ ଘାଟ, ପୁରୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନର ନାମ ପରିବର୍ତ୍ତନ ଏବଂ ଆଇନର ମୂଳ ଉଦ୍ଦେଶ୍ୟରେ ପରିବର୍ତ୍ତନ କରିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ଗଣଧାରଣା ଅନୁଷ୍ଠିତ ହୋଇଛି।
ଏଥିରେ ପିସିସି ସଂପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ, ପୂର୍ବତନ ଜିଲ୍ଲା ସଭାପତି ଶରତ ରଥ, ପୁଷ୍କର ମହାପାତ୍ର, ସେବା ଦଳ ଜିଲ୍ଲା ପ୍ରମୁଖ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଜିଲ୍ଲା ଆଇନ ସେଲ ସଭାପତି କାଳୀପ୍ରସାଦ ନାୟକ, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ପୂର୍ବତନ ଓ୍ବାଡ ମେମ୍ବର ସିତାକାନ୍ତ ମହାନ୍ତି, ବିଭୁଦତ୍ତ ମିଶ୍ର, ଆଶୁତୋଷ ମିଶ୍ର, ଅର୍ଜୁନ ସାହୁ, ଉମାକାନ୍ତ ବେହେରା, କୃଷ୍ଣଚନ୍ଦ୍ର ଦାଶ, ପ୍ରକାଶ ପ୍ରଧାନ, ମନୋଜ ମହାପାତ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଜିବେଶ ଚନ୍ଦ୍ର ରଥ, ସୌମ୍ୟକାନ୍ତ ପ୍ରଧାନ, ରଂଜନ ସାହୁ, ସୁରେନ୍ଦ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।