- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବଡଦାଣ୍ଡ ଓ ଭିଆଇପି ରୋଡ଼ରେ ମାଳମାଳ ଯାନବାହାନ ପାର୍କିଙ୍ଗ
ପୁରୀ, ୧୨ ଅପ୍ରେଲ - ବିଶ୍ୱସ୍ତରୀୟ ସହର ଶ୍ରୀକ୍ଷେତ୍ର | ଗ୍ରୀନଫିଲଡ ଏୟାରପୋର୍ଟ ନିର୍ମାଣ ହେବ | ବିଶ୍ୱରୁ ପାର୍ଯ୍ୟଟକ ପୁରୀ ଆସି ପରିଦର୍ଶନ କରିବେ | ରାସ୍ତାଘାଟ ଚଉଡା ହେବ | ହେଲେ ଏବେ ଦେଖିବାକୁ ମିଳୁଛି ୨୪ ବର୍ଷରେ ଯେମିତି ଥିଲା ସେମିତି ଥାଉ -ଇତିଶ୍ରୀ ବାଞ୍ଛା ସାହୁ ନ୍ୟାୟରେ ପୁରୀ ସହର ଚାଲିଛି ବୋଲି ଅଭିଯୋଗ ହେଉଛି | ଏବେ ଶନି, ରବି, ସୋମବାର ୩ ଦିନ ସରକାରୀ ଛୁଟି ରହିଛି | ଏଥିପାଇଁ ପୁରୀରେ ପ୍ରବଳ ଗହଳି | ବଡଦାଣ୍ଡ ସମେତ ଭିଆଇପି ରୋଡ଼, ମେଡିକାଲ ଛକରୁ ବଡଶଙ୍ଖ, ନରେନ୍ଦ୍ର ପୋଖରୀ ନିକଟରେ ପ୍ରବଳ ଚାରିଚକିଆ ଗାଡି ବେନାମୀ ପାର୍କିଙ୍ଗ ହେଉଛି | ଆଜି ଭିଆଇପି ରୋଡ଼ ଏସବିଆଇ ଏଟିଏମ ନିକଟରେ ଦୁଇଟି ନୂଆ ବାଇକ ଥିବା ବଡ କଣ୍ଟେନର ଥୁଆ ହୋଇଥିଲା | ଯାହାଫଳରେ ରାସ୍ତାରେ ଯାଉଥିବା ଚାରିଚକିଆ ଯାନ ଯିବାରେ ଅସୁବିଧା ହୋଇଥିଲା | ଉଠାଦୋକାନୀ ଯଦି ରାସ୍ତା ଅବରୋଧ କରି ବସିଲେ ତେବେ ତାଙ୍କ ଖଜା, ଲଡ଼ୁ, ଫଳ ପୌର ଟିମ ନେଇଯାଉଛି | ହେଲେ ଏଠାରେ ଗାଡି ଦିନ ଓ ରାତି ତମାମ ରହିଲେ କଣ ଜାମ କରୁନାହିଁ ବୋଲି ଜନତା ଅଭିଯୋଗ କରୁଛନ୍ତି | ଏହାକୁ ତୁରନ୍ତ ହଟାଇବା ପାଇଁ ସାଧାରଣରେ ଦାବୀ ହେଉଛି |