BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନେଇ ନୂଆ ବ୍ୟବସ୍ଥା

FMNEWS.IN 31-12-2024
New rules regarding the crowd of devotees at the temple

ପୁରୀ, ୩୧ ଡିସେମ୍ବର- ନବବର୍ଷ ପୂର୍ବରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବଡ଼ଦାଣ୍ଡର ଟାଉନ୍ ଥାନା ନିକଟରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ସିଂହଦ୍ୱାରରେ ପ୍ରବେଶ କରିବା ସହ ଶ୍ରୀଜୀଉଙ୍କ ଦର୍ଶନ ଓ ବେଢା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଗତକାଲି ଭିଡ଼ ଯୋଗୁଁ ବାହାର କାଠ ନିକଟରେ ଠେଲାପେଲା ହୋଇ ୧୦ ଜଣ ଶ୍ରଦ୍ଧାଳୁ ଅସୁସ୍ଥ ହେବା ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ସଠିକ୍ ନୀତିନିର୍ଘଂଟ ଓ ଦର୍ଶନ ବ୍ୟବସ୍ଥାକୁ ଆଜି ଠାରୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ନୂଆ ବର୍ଷରେ ମଧ୍ୟ ଏହି ବ୍ୟବସ୍ଥା ବଳବତର ରହିବ । ସହରର ବିଭିନ୍ନ ସ୍ଥାନରେ, ଶ୍ରୀମନ୍ଦିର ଭିତରେ ଓ ବାହାରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ସିସିଟିଭି ବଳୟରେ ରହିଛି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପର୍ଯ୍ୟଟକଙ୍କ ସୁରକ୍ଷା, ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।