- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଗାଡିରେ ପ୍ରେସ ଲେଖିବା ମନା
ପୁରୀ, ୨୦ ଜାନୁଆରୀ - ବିଶ୍ବସ୍ତରୀୟ ସହର ପୁରୀ । ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକ, ତୀର୍ଥଯାତ୍ରୀ ପୁରୀକୁ ଆସୁଛନ୍ତି । ବିଭିନ୍ନ ରାଜ୍ଯ ଓ ଦେଶ ବିଦେଶର ଲୋକ ମାନେ ପୁରୀକୁ ଆସୁଛନ୍ତି । ପୁରୀର ପ୍ରବେଶ ପଥ ହରେକୃଷ୍ଣପୁର ଛକ, ମଙ୍ଗଳାଘାଟ ଛକ ଓ ଭୂଦାନ ଛକରେ ପ୍ରେସ ଲେଖାଥିବା ଗାଡିରେ ଆସି ସହରକୁ ପ୍ରବେଶ କରିବା ପାଇଁ ସୁବିଧା ହେଉଥିବା କୁହାଯାଉଛି । ଏଭଳି ସ୍ଥିତି ଦେଖି କିଛି ଅନାମଧେୟ ତଥାକଥିତ ସାମ୍ବାଦିକ କହୁଥିବା ବ୍ଯକ୍ତିମାନେ ସେମାନଙ୍କ ଦୁଇଚକିଆ ଓ ଚାରିଚକିଆ ଯାନରେ ବଡ ବଡ ଅକ୍ଷରରେ ପ୍ରେସ ଲେଖି ବୁଲୁଥିବା ଦେଖିବାକୁ ମିଳୁଛି । ଭାରତୀୟ ମୋଟରଯାନ ଆଇନ ୧୯୮୮ର ସେକ୍ସନ ୧୭୭ ଅନୁଯାଇ ଯାନରେ ଷ୍ଟିକର ମାରିବାକୁ ବାରଣ କରାଯାଇଛି । କେବଳ କେତେକ ଜରୁରୀକାଳୀନ ପରିସ୍ଥିତିରେ ପୋଲିସ, ଆମ୍ବୁଲାନ୍ସ, ଦମକଳ ଗାଡି, କିଛି ପଦାଧିକାରୀ ଗାଡିରେ ଷ୍ଟିକର ଲଗାଇ ପାରିବେ । ଜାତି, ଧର୍ମ, ରାଜନୀତି ଓ ବୃତ୍ତି ସମ୍ପର୍କୀତ ଷ୍ଟିକର ମାରିବା ବାରଣ କରାଯାଇଛି । ବିଭିନ୍ନ ରଙ୍ଗର ବିକୃତ ଷ୍ଟିକର ଦୁର୍ଘଟଣାର କାରଣ ହୋଇପାରେ । ଭାରତ ସମ୍ବିଧାନ ଅନୁଯାଇ ସମସ୍ତେ ସମାନ । ଦୁର୍ଘଟଣା ଘଟିଲେ ପ୍ରଥମ ଅଭିଯୋଗରେ ୧୦୦ ଟଙ୍କା ଜୋରିମାନା ନିୟମ ଥିବାବେଳେ ଓ ପରବର୍ତ୍ତି ସମାନ ଘଟଣା ପାଇଁ ୩୦୦ ଟଙ୍କା ଅର୍ଥ ଦଣ୍ଡ ରହିଛି । ଗତ ସପ୍ତାହରେ ନୟାଗଡ ନୂଆଗାଁର ୪ ଜଣ ସାମ୍ବାଦିକ ବେକରେ ପ୍ରେସ କାର୍ଡ ଲେଖାଥିବା ପରିଚୟ ପତ୍ର ପକାଇ ଜଣେ ରାଜସ୍ବ ଅଧିକାରୀଙ୍କୁ ଟଙ୍କା ମାଗିବା ଘଟଣାରେ ଗିରଫ ହୋଇଥିଲେ । କିଛିଦିନ ତଳେ କଟକରେ କିଛି ପ୍ରେସ ଲେଖାଥିବା ଗାଡି ଚଢି ସାମ୍ବାଦିକ କହୁଥିବା ବ୍ଯକ୍ତି ଅପରାଧମୂଳକ କାର୍ଯ୍ୟକଳାପ କରି ପୋଲିସ ହାତରେ ଧରାପଡିବା ପରେ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ପ୍ରେସ ଲେଖାଥିବା ଗାଡି ଉପରେ ପୋଲିସ ନଜର ରଖୁଛି । ଶ୍ରୀକ୍ଷେତ୍ର ପୁରୀରେ ବିଭିନ୍ନ ଯାନିଯାତ୍ରା ସମୟରେ ଜିଲ୍ଲା ଓ ରାଜ୍ଯର ବିଭିନ୍ନ ସ୍ଥାନରୁ ପ୍ରେସ ଲେଖାଥିବା ଗାଡି ପୁରୀ ସହରକୁ ପ୍ରବେଶ କରିବା ଦ୍ବାରା ଅସଲି ସାମ୍ବାଦିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁରୀରେ ପ୍ରେସ ଲେଖାଥିବା ଗାଡି କିଛି ଅସାମାଜିକ ଯୁବକ ବୁଲୁଥିବା ଦେଖିବାକୁ ମିଳୁଛି । ସାମ୍ବାଦିକ କାର୍ଯ୍ୟ କରୁଥିବା ବ୍ଯକ୍ତି ଜଣକ ସାମ୍ବାଦିକ ହୋଇଥିବା ବେଳେ ସେମାନଙ୍କ ଯାନ ସାମ୍ବାଦିକ ନୁହେଁ । ଏଥିପ୍ରତି ପୋଲିସ ଓ ପରିବହନ ବିଭାଗ ତୀକ୍ଷ୍ଣ ନଜର ରଖିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।