- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ
ପୁରୀ,୧୩ ଜାନୁଆରୀ- ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି । ମକର ସଂକ୍ରାନ୍ତି ପୂର୍ବଦିନ ଏହି ବେଶ କରାଯାଇଥାଏ । ସଂଧ୍ଯା ଆଳତି ସମୟରେ ଖୁଣ୍ଟିଆ ଓ ପୁଷ୍ପାଳକ ସେବକ ଠାକୁର ମାନଙ୍କୁ ମାଳ ଓ ଚୂଳ ଲାଗି କରିଥିଲେ । ବଡସିଂହାର ବେଶରେ ଜରି ଓ ସୋଲ, କଇଥ ଅଠାରେ ପ୍ରସ୍ତୁତ ଶଙ୍ଖ ଚକ୍ର ହଳ ମୂଷଳ କୁଣ୍ଡଳ ତଡଗି ତିନି ଠାକୁରକୁ ଲାଗି କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯାଇଛି । ମହାପ୍ରଭୁଙ୍କ ସିରରୁ ରତ୍ନସିଂହାସନ ଚଟାଣ ପର୍ଯ୍ୟନ୍ତ ଗେଣ୍ଡୁଫୁଲ ମାଳରେ ସଜିତ କରାଯାଇଥିଲା । ଗେଣ୍ଡୁଫୁଲରେ ଚିତା, ଗୁଣା, କରପଲ୍ଲବ ଅଧରମାଳା ଓ ଶ୍ରୀପୟର ମାଳା ନିର୍ମିତ ହୋଇ ଲାଗି କରାଯାଇଥିଲା । ସିରଭୂଷଣ ଓ ଟୋପର ମାଳ ତୁଳସୀ ପତ୍ରରେ ପ୍ରସ୍ତୁତ ହୋଇ ଲାଗି କରାଯାଇଥିଲା । ନବାଙ୍କ ବେଶ ସହ ଚାଉଳ ମେଳାଣ ଉତ୍ସବ ସମ୍ପନ୍ନ ହୋଇଥିଲା । ବଡସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣଘରୁ ବିଜେ କରି ରତ୍ନସିଂହାସନ ଉପରକୁ ସେବକ ମାନେ ଆଣିଥିଲେ । ଆଜ୍ଞାମାଳ ପାଇବା ପରେ ମଦନମୋହନ ସିଂହାସନ ଚାରିପଟେ ସାଢେ ଚାରିଥର ପ୍ରଦକ୍ଷଣ କରିଥିଲେ । ପରେ ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ପ୍ରଦକ୍ଷିଣ କରିଥିଲେ । ଏହି ବେଶ ଦର୍ଶନ କରିବା ପାଇଁ ଆଜି ଭକ୍ତଙ୍କ ଗହଳି ଲାଗି ରହିଥିଲା ।