- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଲକ୍ଷ୍ମୀନାରାୟଣ କ୍ରିକେଟ୍ କ୍ଲବ ନନ୍ଦିପୁର ଆନୁକୁଲ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ, କାଟିଆ ବିଜୟୀ
ଭଦ୍ରକ - ଏହି ଜିଲାର ଧାମନଗର ବ୍ଲକ ଦୋବଲ ନିକଟସ୍ଥ ନନ୍ଦିପୁର ପଡିଆ ଠାରେ ଲକ୍ଷ୍ମୀନାରାୟଣ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ବଖାଣପୁର ଓ କାଟିଆ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚରେ ଇସଲାମୀୟା କାଟିଆ ଟିମ୍ ଚାମ୍ପିଅନ ହୋଇଛି। ପ୍ରଥମେ କାଟିଆର ଇସଲାମୀୟା ଟିମ ଟସ୍ ଜିଣି ୧୫ ଓଭର ବିଶିଷ୍ଟ ମ୍ୟାଚରେ ୭ୱିକେଟ ହରାଇ ୧୫୧ ରନ କରିଥିଲା। ଜବାବରେ ଏମଇଉସିସି ବଖାଣପୁର ଟିମ ୧୫ ଓଭର ରେ ୯ ୱିକେଟ ହରାଇ ୧୪୩ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା। ଅମ୍ପାୟାର ଭାବେ ସୁଭାଶିଷ ନାୟକ ଓ ସୁଭ୍ରାକାର ନାୟକ ଖେଳ ପରିଚାଳନା କରିଥିଲେ। କରନ ବେହେରା, ରାଜକୁମାର ବେହେରା ଓ ଅଭିଜିତ ସାମଲ ସ୍କୋର ର ଭାବେ କାର୍ଯ୍ୟ ତୁଲାଇ ଥିଲେ । ଅନୀଲ ସାମଲ ଧାରା ବିବରଣୀ ପ୍ରଦାନ କରିଥିଲେ। ଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ବିବେକାନନ୍ଦ ସାମଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପ୍ରଦୀପ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ରାକେଶ ବାହୁବଳେନ୍ଦ୍ର, ସାମ୍ବାଦିକ ଦେବାଶିଷ ରଥ, ସଞ୍ଜୀବ ମହାନ୍ତି ଯୋଗଦେଇ ବିଜେତା ଓ ପରାଜିତ ଟିମକୁ ପୁରସ୍କାର ପ୍ରଦାନ କରିଥିଲେ।