Breaking News
- ଅନଭିଜ୍ଞ ମୁଖ୍ୟମନ୍ତ୍ରୀ, ବେପରୁଆ ପ୍ରଶାସନଙ୍କ ରିପୋର୍ଟ ପ୍ରହସନ: କଂଗ୍ରେସ
- ଅପଶବ୍ଦ ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଲ ମାଗନ୍ତୁ : ଭକ୍ତ
- "ଭୋଟ ଚୋର ଗାଦି ଛାଡ଼" କାର୍ଯ୍ୟକ୍ରମ ଓଡ଼ିଶାରେ ସମ୍ପନ୍ନ, କଂଗ୍ରେସ ଭବନରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ ଅନୁଷ୍ଟିତ
- ନୂଆପଡାର ନ୍ୟାୟ ପାଇଁ ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼ିବି :ଭକ୍ତ
- ଲୋକଶକ୍ତିର ବିଜୟ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କଂଗ୍ରେସ ଏବଂ ସି ପି ଆଇ (ଏମ୍) ର ମିଳିତ ଆହ୍ୱାନ
ସଲମାନ୍ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ମାନସିକ ବିକାର ଗସ୍ତ, ପୋଲିସ ପକ୍ଷରୁ ନୋଟିସ ଜାରି
FMNEWS.IN
15-04-2025
ମୁମ୍ବାଇ, 15 ଏପ୍ରିଲ୍ : ଫିଲ୍ମ ଅଭିନେତା ସଲମାନ୍ ଖାନଙ୍କ କାରକୁ ବୋମାରେ ଉଡାଇବାକୁ ଧମକ ଦେଇଥିବା ବ୍ୟକ୍ତି ଗୁଜରାଟର ବାସିନ୍ଦା ଓ ମାନସିକ ବିକାରଗ୍ରସ୍ତ । ଏଥିପାଇଁ ପୋଲିସ ତାଙ୍କୁ ନୋଟିସ ଦେଇ ପଚରାଉଚରା ପାଇଁ ମୁମ୍ବାଇ ଆସିବାକୁ କହିଛି । ପୋଲିସ ସୂତ୍ର ମଙ୍ଗଳବାର କହିଛି ଯେ, ସଲମାନ ଖାନଙ୍କୁ ମିଳିଥିବା ଧମକପୂର୍ଣ୍ଣ ଫୋନ୍ କଲ୍ ଟ୍ରେସ କରିବା ପରେ ଜଣାପଡିଛି ଯେ, ଏହି କଲ୍ ଗୁଜରାଟର ଭଦୋଦରର ୱାଘୋଡିଆ ତହସିଲରେ ଥିବା ଏକ ଗାଁରୁ ଆସିଛି । ଧମକ ଦେଇଥିବା ବ୍ୟକ୍ତିର ପରିଚୟ 26 ବର୍ଷୀୟ ମୟଙ୍କ ପାଣ୍ଡ୍ୟା । ଏହାପରେ ମୁମ୍ବାଇ ପୋଲିସ ଟିମ୍ ସୋମବାର ତତ୍କାଳ ୱାଘୋଡିଆ ପହଂଚିଥିଲେ ଏବଂ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହିଁଥିଲା । ସେହିପରି ସମୟରେ ଧମକ ଦେଇଥିବା ବ୍ୟକ୍ତି ମାନସିକ ଭାବେ ବିକାରଗ୍ରସ୍ତ ଓ ତାଙ୍କର ଚିକିତ୍ସା ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିପାଇଁ ପୋଲିସ ତାକୁ ନୋଟିସ ଦେଇ ପଚରାଉଚରା ପାଇଁ ମୁମ୍ବାଇ ଆସିବାକୁ କହିଛି ।