ଥାନା ସମ୍ମୁଖରୁ କଳା ପଲସରରେ ଆସି ୫ ଲକ୍ଷ ଝାମ୍ପି ନେଲେ

ରାଉରକେଲା, ୯ ଜାନୁଆରୀ - ରାଉରକେଲା ସହରର ପୁଲିସର ପାରିବା ପଣିଆକୁ ପୁଣି ଚାଲେଂଜ ଦେଇଛନ୍ତି କଳାପଲସର ଲୁଟେରା। ଆଜି ଦିନ ୧୧ଟା ୩୦ ବେଳେ ଥାନା ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପାଖରୁ ଝାଂପିନେଇ ପାଂଚ ଲକ୍ଷ ଧରି ଫେରାର ହୋଇଛନ୍ତି କଳାପଲସରର ଦୁଇ ଲୁଟେରା ।ଆଜି ସକାଳ ସମୟର କଥା ସେକ୍ଟର ୧୯ ଏସବିଆଇରୁ ରାଜଗାଙ୍ଗପୁର ବାସିନ୍ଦା ସୁରେଶ ମାଝୀ ନଗଦ ପାଂଚ ଲକ୍ଷ ଟଙ୍କା ଉଠାଇ ନିଜ ଝିଅର କିଛି କାମ ଲାଗି ସହର ଭିତରକୁ ଯାଉଥିବା ବେଳେ ସେକ୍ଟର ୧୯ ଥାନା ପାଖରୁ କଳା ରଂଗର ପଲସରରେ ଆସି ଦୁଇ ଜଣ ଯୁବକ ଟଙ୍କା ବ୍ୟାଗ ସହ ପୁରା ଟଙ୍କା ଧରି ଫେରାର ହୋଇଯାଇଛନ୍ତି । ଏହିଭଳି ଚାଲିଛି ରାଉରକେଲାରେ ସହର ବାସୀଙ୍କର ଧନ ଜୀବନର ସୁରକ୍ଷା ବ୍ୟବସ୍ଥା । କଳା ପଲସରଧାରୀ ମାନେ ଦୀର୍ଘ ବର୍ଷ ପରେ ପୁଣି ମାତିବା ଆରମ୍ଭ କରିଛନ୍ତି। ଅତିତ ଇତିହାସ କହେ ଲୁଟେରା ମାନେ ରାସ୍ତାରେ ଲୁଟିବା ବେଳେ ଅତିତରେ କେବଳ କଳା ପଲସର ବ୍ୟବହାର କରୁଥିଲେ, ତେବେ ସେତେବେଳେ ପୁଲିସ ସେମାନଙ୍କୁ ଜଗିବା ପରେ ସେମାନେ ନିରବ ଥିଲେ, କିନ୍ତୁ ପୁଣି ସେମାନେ ସକ୍ରୀୟ ହେବା ସହ ଆଜି ସକାଳୁ ସେମାନଙ୍କ ଖୋଲା ଅପରେସନ ଆରମ୍ଭ କରିଛନ୍ତିି, ଏକ ଜନଗହଳି ରାସ୍ତା, ପାଖରେ ଥାନା ଓ ବଜାର କିନ୍ତୁ ସେମାନେ କାହାକୁ ଖାତିର ନକରି ଏଭଳି ଲୁଟ କରି ଫେରାର ହୋଇଯାଇଛନ୍ତି। ପୁଲିିସ କେବଳ ଏତଲା କରି ଜେଉଁଭଳି ଖୋଜିବା କଥା ଖୋଜିବା ଆରମ୍ଭ କରିଛି । ଖାଲି ସେତିକି ନୁହେଁ ପଡୋଶୀ ରାଜ୍ୟରୁ ନକଲି ସୁନା ଆଣି ରାଉରକେଲାରେ ହଲମାର୍କ କହି ବିକିବା ଲାଗି ଉଦ୍ୟମ କରୁଥିବା କିଛି ଲୋକଙ୍କୁ ମଧ୍ୟ ପୁଲିସ ଠାବ କରି ନକଲି ସୁନା ଜବତ କରିଛି । ଏହି କାରବାର ଦୀର୍ଘ ଦିନ ହେଲା ସହରରେ ଚାଲିଛି ଯେଉଁ ଦିନ ଠାରୁ ହଲ ମାର୍କ ଆରମ୍ଭ ହୋଇଛି ସେବେ ଠାରୁ ଲୋକେ ହଲ ମାର୍କ ସୁନାକୁ ଗ୍ରହଣ କରୁଛନ୍ତି, ହେଲେ ସହରରେ ଏଭଳି ନକଲି ଓ ନିମ୍ନ ମାନର ସୁନା ବିକୁଥିବା କିଛି ସୁନା ଦୋକାନୀ ସେ ସମୟରେ ରାଉରକେଲାରେ ହୋଇଥିବା ହଲ ମାର୍କ ଅଫିସ ବାଲାଙ୍କୁ କିଛି ନିମ୍ନମାନର ସୁନାକୁ ୨୪ କାରେଟ ହଲମାର୍କ କରିବାକୁ କହି ବିଫଳ ହେବା ପରେ ସେ ଅଫିସକୁ ଏଠାରୁ ବିଦା କରିବା ପରଠାରୁ ଏଭଳି ନକଲି ସୁନା କାରବାର ରାଉରକେଲାରେ ବହୁଳ ପରିମାଣରେ ବଢି ଚାଲିଛି । ଏସବୁ ସୁନା ପ୍ରାୟ ଝାଡଖଣ୍ଡ ଓ ଛତିଶଗଡ ଅଁଚଳରୁ ଅଣାଯାଉଥିବା ଖବର ମିଳିଛି । ସହରରେ ନିୟମିତ ବୁଲୁଛି ସିଟି ପେଟ୍ରୋଲିଂ, ପୁଲିସର ନିଜ ଗୁଇନ୍ଦା ମଧ୍ୟ କାମ କରୁଛି ଲୋକେ ଏତେ ସଚେତନ ହେବା ପରେ ପୁଣି ଏଭଳି ଦିନ ବେଳେ ନଗଦ ଟଙ୍କା ଲୁଟ ହେବା, ନକଲି ସୁନା ସହରକୁ ପ୍ରବେଶ କରିବା ନିଶ୍ଚୟ ପୁଲିସର ପାରିବା ପଣିଆକୁ ଅପରାଧୀ ମାନେ ଚାଲେଂଜ କରିଛନ୍ତି ବୋଲି କୁହାଯାଉଛି ।