BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଚଳିତ କେନ୍ଦ୍ରୀୟ ବଜେଟ ସମ୍ପୂର୍ଣ୍ଣ ଶ୍ରମିକ କର୍ମଚାରୀ ବିରୋଧୀ : ଏଆଇଟିୟୁସି

FMNEWS.IN 01-02-2026
The current central budget is completely anti-worker: AITUC

(FM News):-- ଆଗାମୀ ୨୦୨୬ -୨୭ ଆର୍ଥିକ ବର୍ଷର ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପିତ କରିଛନ୍ତି ଯାହା ସମ୍ପୂର୍ଣ୍ଣ ଭାବରେ ଭାରତବର୍ଷର ସଂଖ୍ୟାଧିକ ଜନଗଣ ଗରିବ ଚାଷୀ, ମୂଲିଆ ବିଶେଷକରି ଶ୍ରମିକ ଓ ସ୍କିମ୍ ୱାରକରମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅବହେଳା କରାଯାଇଛି । ସାଧାରଣ ଜନମାନସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଇଛି । ଦେଶରେ ଗରିବଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ଯାହା ଦର୍ଶାଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଓ ବିଭ୍ରାନ୍ତି ମୂଳକ, ଯାହା ପୂର୍ବରୁ ସରକାରଙ୍କ ପ୍ରଦତ୍ତ ରିପୋର୍ଟର ବିରୁଦ୍ଧାଚରଣ କରୁଛି ।

ଅପରପକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ମହାତ୍ମାଗାନ୍ଧୀ ନାମକୁ ହଟାଇ ଦେଇଥିବାବେଳେ ବର୍ତ୍ତମାନ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ସ୍ୱରାଜ୍ୟ ନାମରେ ନୂତନ ଯୋଜନା କରି ଦେଶବାସୀଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି । ଦେଶରେ ମହିଳାମାନଙ୍କୁ ସଶକ୍ତିକରଣ ନାମରେ ଗ୍ରାମାଞ୍ଚଳରେ ଲକ୍ଷପତି, କୋଟପତି ଦିଦି ସୃଷ୍ଟି କରିବାର ସୂଚନା ଦେବାବେଳେ ଦେଶରେ ବିଭିନ୍ନ ସ୍କିମ୍ରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ସହାୟିକା, ଆଶା କର୍ମୀ, ଓ ମଧ୍ୟାହ୍ନଭୋଜନ ପାଚିକା ସହାୟିକାଙ୍କ ଭତ୍ତା ବୃଦ୍ଧି ଓ ୱାର୍କର ଷ୍ଟାଟସ୍ ଓ ପେନ୍ସନ୍ ସମ୍ପର୍କରେ ବଜେଟ୍ରେ କୌଣସି ପ୍ରସ୍ତାବ ନାହିଁ ।

ଅନ୍ୟପକ୍ଷରେ ଦାଦନ ଶ୍ରମିକ ଚୁକ୍ତି ଭିତ୍ତିକ କର୍ମଚାରୀ ଓ ବେକାରିମାନଙ୍କୁ ନିଯୁକ୍ତି ଏବଂ ଅସଂଗଠିତ ଶ୍ରମିକଙ୍କ ପାଣ୍ଠି ସମ୍ପର୍କରେ କୌଣସି ହେଲେ ପଦୁଟିଏ କହିନାହାନ୍ତି । ଦରଦାମ୍ ହୁହୁ ହୋଇ ବଢ଼ୁଥିବାବେଳେ ଏହାକୁ ନିୟନ୍ତ୍ରଣ ଓ ଟିକସ ହ୍ରାସ କରିବା ସମ୍ପର୍କରେ କୌଣସି ଆନ୍ତରକତା ନଥିବାବେଳେ କେନ୍ଦ୍ରୀୟ ବଜେଟ୍ରେ ଜଣାପଡୁଛି । ସାମଗ୍ରୀକ ଭାବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଚଳିତ ବଜେଟ୍ ସମ୍ପୂର୍ଣ୍ଣଭାବେ କର୍ପୋରେଟ୍ ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ ବୋଲି ଏଆଇଟିୟୁସିର ସାଧାରଣ ସମ୍ପାଦକ ବିଜୟ ଜେନା ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।