- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଦଣ୍ଡାଦେଶ

ଖୋର୍ଦ୍ଧା:-ନାବାଳିକା ଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିବା ସହ ସଫଳ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଅବସରପ୍ରାପ୍ତ ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ଦାସ ଏବଂ କ୍ରାଇମ ବ୍ରାଂଚ ଇନ୍ସପେକ୍ଟର ତଥା ପୂର୍ବତନ ବାଣପୁର ଥାନା ଏସଆଇ ରାଜକିଶୋର ବେହେରାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ।ସୂଚନା ମୁତାବକ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଉକ୍ତ ମାମଲାର ତତ୍କାଳୀନ ବାଣପୁର ଥାନା ଏସଆଇ ତଥା ବର୍ତମାନ କ୍ରାଇମ ବ୍ରାଂଚ ଇନ୍ସପେକ୍ଟର ରାଜକିଶୋର ବେହେରା ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଖୋର୍ଦ୍ଧା ଅତିରିକ୍ତ ଏସପି (ବର୍ତମାନ ଅବସରପ୍ରାପ୍ତ) ସୁରେଶ କୁମାର ଦାସ ମାମଲାକୁ ପରିଚାଳନା କରୁଥିଲେ।ତେବେ ଉଭୟ ଅଧିକାରୀଙ୍କ ସଫଳ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦଳବେହେରାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଜଜ(ପୋକସୋ) ତଥା ଅତିରିକ୍ତ ଦୌରା ଜଜ ପ୍ରଦୀପ କୁମାର ବେହେରା ୨୦ ବର୍ଷ କାରାଗାର ଓ ଦଶ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁବ୍ରତ ପ୍ରିୟଦର୍ଶି ପରିଚାଳନା କରୁଥିଲେ।ତେବେ ଉକ୍ତ ରାୟ ଦ୍ୱାରା ଓଡିଶା ପୋଲିସର ମନୋବଳକୁ ବୃଦ୍ଧି କରାଇ ଥିବା ବେଳେ ପୋଲିସ ଅଧିକାରୀ ମାନେ ଏହା ଦ୍ୱାରା ପ୍ରେରିତ ହୋଇ ଆଗକୁ ଆହୁରି ଦକ୍ଷତାର ସହ ମାମଲାର ତଦନ୍ତ କରିବେ ବୋଲି ଡିଜିପି ଆଶା କରିଛନ୍ତି। ଏହି ଅବସରରେ ଓଡିଶା ଡିଜିପି ଶ୍ରୀ ଖୁରାନିଆ ଉଭୟ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଅଧିକାରୀ ନିଜର ଡ୍ୟୁଟି ପ୍ରତି ସମ୍ପର୍ପିତ ହୋଇ କାର୍ଯ୍ୟ କରିଥିବାରୁ ଓଡିଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପତ୍ରରେ ଉଲ୍ଲେଖ କରିଛନ୍ତି।