ରିଶି ହତ୍ୟା କାଣ୍ଡ କଥା କହି ବିଜେଡିକୁ କାଠ ଗଡାକୁ ଟାଣିଲା ବିଜେପି

-ସହଦେବ ଙ୍କ ପରିବାର ସହ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ: ବାବୁ ସିଂ
-ହତ୍ୟା କାଣ୍ଡକୁ ନେଇ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର 10 ଜାନୁଆରି ସହଦେବଙ୍କ ହତ୍ୟା ଘଟଣାକୁ ନେଇ ଆଜି ଭୁବନେଶ୍ୱରରେ ଏକାମ୍ର ବିଧାୟକ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ସହଦେବଙ୍କ ହତ୍ୟା ସମସ୍ତଙ୍କ ପାଇଁ ଦୁଃଖଦ ଘଟଣା।ତା ପରିବାର ପ୍ରତି ଆମର ସମବେଦନା ରହିଛି। ଖୁଣ୍ଟ ପରି ତା ପରିବାର ସହ ରହିଛୁ। ଦୀର୍ଘ ତିନି ଦିନ ହେବ ତାଙ୍କ ପରିବାର ସହ ଆମ ନେତା ଯୋଗାଯୋଗରେ ରହିଛନ୍ତି। ପୋଲିସ ତା ପରିବାର ଓ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦାବି ନେଇ ଆକ୍ସନ ନେଇଛି। ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଦୋଷୀଙ୍କୁ ଧରିବା ପାଇଁ। ପୋଲିସ ବି ୧୨ ଘଣ୍ଟା ମଧ୍ୟରେ ୫ଜଣକୁ ଗିରଫ କରି ତଦନ୍ତ ଚଳାଇଛି। ଘଟଣାରେ ଜେଡ ବଡ ବ୍ୟକ୍ତି ଥିବେ ତାକୁ ଧରାଯିବ। ଲୋକଙ୍କ ସରକାର ବିଜେପି ସରକାର । ଯିଏ ଅପରାଧ କରିବେ ତାଙ୍କୁ ଦଣ୍ଡ ସୁନିଶ୍ଚିତ। ସହଦେବଙ୍କ ପତ୍ନୀଙ୍କ ଶିକ୍ଷା ଗତ ଯୋଗ୍ୟତା ହିସାବରେ ଆଗାମୀ ଦିନରେ ନିଯୁକ୍ତି ଦେବା ପାଇଁ ଆମେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ। ଆଜି ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାକୁ ନେଇ କଥା ହୋଇଛି। ତାଙ୍କ ପରିବାରଙ୍କ ସହ ମୁଖ୍ୟମନ୍ତ୍ରୀ ରହିଛନ୍ତି। ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ପରେ ମୁଖ୍ୟମନ୍ତ୍ରୀ ସହଦେବ ଙ୍କ ପରିବାରକୁ ଭେଟିବେ। ଓଡ଼ିଶାରେ ଆମ ସରକାର ଆସିବା ପରେ ବଡ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦେଶର ନେତୃତ୍ୱ ଆମ ରାଜ୍ୟକୁ ଆସୁଛନ୍ତି ତାଙ୍କୁ ଆତିଥ୍ୟ ଦେବ ଆମ ଦାୟିତ୍ଵ। ସରକାର କେବଳ ନୁହେଁ ସମୂହଙ୍କ ଦାୟିତ୍ଵ। ଦୋଷୀକୁ ଦଣ୍ଡ ଦେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଜନୈତିକ ରୁଟି ସେକିବା ପାଇଁ ଚାହୁଛି ବିଜେଡି। ଡବଲ ଷ୍ଟାଣ୍ଡ କଥା କହୁଛି ବିଜେଡି। ସାଧାରଣ ଲୋକଙ୍କ ଦ୍ୱାରା ଆପଣ ମାନେ ସମଲୋଚିତ ହେଲେଣି।ଗୋଟେ କୋଟି କଣ ୧୦କୋଟି ଦେଲେ ବି କମ୍ ହେବ ତା ପରିବାରକୁ। କିନ୍ତୁ ଗୋଟେ ସରକାର ୨୪ବର୍ଷ ରହିଥିବା ବେଳେ ହୋଇଥିବା ହତ୍ୟା ଓ ଡ୍ରେନରେ ପଡ଼ି ମାରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେ ଅର୍ଥ ଦେଇଛି ବିଜେଡି? ଦୋଷ ଲଦିଲେ ହେବ ନାହିଁ? ସହଦେବଙ୍କ ପରିବାର ପ୍ରତି ସରକାରଙ୍କ ସମବେଦନା ରହିଛି। ଦୋମୁହାଁ ନୀତି ଧରିଛି ବିଜେଡି । ରିଶିର ହତ୍ୟା କାଣ୍ଡରେ ତା ପରିବାର କୁ କେତେ ଆପଣଙ୍କ ସରକାର ସମବେଦନା ଜଣାଇଛନ୍ତି ବିଜେଡି ସ୍ପଷ୍ଟ କରୁ। ମେୟରଙ୍କ ସଂପୃକ୍ତି ରହିଥିବା ସେତେବେଳେ ଅଭିଯୋଗ ଆସିଥିଲା କିନ୍ତୁ ତଦନ୍ତ କୁଆଡେ ଗଲା ଆଜିର ବିଧାୟକ ସ୍ପଷ୍ଟ କରନ୍ତୁ।ସେକ୍ସ୍ ସ୍କ୍ୟଣ୍ଡଲ ରେ ସଂପୃକ୍ତ ବ୍ୟକ୍ତି ଙ୍କ ମୁହଁରେ ଏହା ଶୋଭା ପାଉନାହିଁ। ଆମେ ତ ସରକାରଙ୍କ ନିକଟରେ ଦାବି କରିବୁ ରିଶି ହତ୍ୟାର ଫାଇଲ ଖୋଲିବା ପାଇଁ ନିବେଦନ କରିବୁ। ବ୍ରାଉନ ସୁଗାର ମୁକ୍ତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ଆମ ସରକାର। ତା ପରିବାର ଲୋକେ ବିଏମସିଙ୍କୁ କ୍ଷତି ପୂରଣ ପାଇଁ ନିବେଦନ କରିଛନ୍ତି ବିଏମସି ତାହାକୁ ତୁରନ୍ତ ଯୋଗାଇ ଦେଉ। ମେୟର ରାଜନୀତି କରିବା ପାଇଁ ସେ ପଦବୀରେ ବସି ନାହାନ୍ତି। ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀ ରେ ମଧ୍ୟ ଭୁବନେଶ୍ୱର ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ଉତ୍ତର ଭୁବନେଶ୍ୱର ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ ।