Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
FMNEWS.IN
01-01-2025
କେନ୍ଦ୍ରାପଡ଼ା, ୦୧ ଜାନୁଆରୀ - କେନ୍ଦ୍ରାପଡା ସଦରଥାନା ଅଧିନ ବିରସ୍ୱତୀ ଗ୍ରାମ ପାଟ ମଝିରେ ଥିବା ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ପୋଖରୀରେ ମୃତଦେହ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ମୃତ ବ୍ୟକ୍ତିଙ୍କ ନାମ କାହ୍ନୁ ଚରଣ ନାଥ (୫୨)। ସେ ବିରସତୀ ଗ୍ରାମର ବାସିନ୍ଦା। ଗତ ମଙ୍ଗଳବାର ରାତି ୧୨ଟାରେ କାହ୍ନୁଙ୍କର କିଛି ବନ୍ଧୁ ଭୋଜି କରିବା ପାଇଁ ତାଙ୍କୁ ଘରୁ ଡାକି ନେଇଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରି ତାଙ୍କ ପୁତୁରା ସଦରଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏତଲା ପାଇବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଥିବା ସଦରଥାନା ଅଧିକାରୀ ବିମଳ ମଲ୍ଲିକ ସୂଚନା ଦେଇଛନ୍ତି।