BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ମୁମ୍ବାଇ ଏୟାରପୋର୍ଟରୁ 3.67 କୋଟି ଟଙ୍କାର ସୁନା ତସ୍କରୀର ପର୍ଦ୍ଦାଫାଶ, 4 ଗିରଫ

FMNEWS.IN 17-03-2025
Gold smuggling worth Rs 3.67 crores busted from Mumbai airport, 4 arrested

ମୁମ୍ବାଇ :- କଷ୍ଟମ ଟିମ୍ ମୁମ୍ବାଇ ଏୟାରପୋର୍ଟରୁ 2ଟି ମାମଲାରେ ପ୍ରାୟ 3.67 କୋଟି ଟଙ୍କା ମୂଲ୍ୟର ସୁନା ତସ୍କରୀର ପର୍ଦ୍ଦାଫାଶ କରିଛନ୍ତି । ଏହି ମାମଲାରେ କଷ୍ଟମ ଟିମ 4ଜଣ ଲୋକଙ୍କୁ ଗିରଫ କରିଛି । ଯେଉଁଥିରେ 3ଜଣ ଏୟାରପୋର୍ଟ କର୍ମଚାରୀ ଅଛନ୍ତି । କଷ୍ଟମ ସୂତ୍ର ମୁତାବକ ରବିବାର ତାଙ୍କ ଟିମ୍ ଏୟାରପୋର୍ଟ ସ୍ଥିତ ଏକ ଦୋକାନ କର୍ମଚାରୀ ପ୍ରଦୀପ ପାୱାରଙ୍କର ସନ୍ଦେହରେ ତଲାସୀ ନିଆଯାଇଥିଲା । ପ୍ରଦୀପ ପାୱାରଙ୍କ ପ୍ୟାଂଟର ପକେଟରୁ ସୁନା ପେଷ୍ଟ ମିଳିଥିଲା । ଏହାପରେ ପଚରାଉଚରା ପରେ ପ୍ରଦୀପ କହିଥିଲେ, ଏହି ପେଷ୍ଟ ତାଙ୍କୁ ଜଣେ ବ୍ୟକ୍ତି ଦେଇଥିଲେ ଏବଂ ମହମ୍ମଦ ଇମ୍ରାନ ନାଗୋରୀ ନାମକ ଜଣେ ବ୍ୟକ୍ତିକୁ ଏହି ପେଷ୍ଟ ଦେବାକୁ କହିଥିଲା । ଏହାପରେ କଷ୍ଟମ ନାଗୌରୀକୁ ଗିରଫ କରିଛି । ପଚରାଉଚରା ସମୟରେ ଏୟାରପୋର୍ଟରେ କାମ କରୁଥିବା ମହିଳା କର୍ମଚାରୀ ଅଂଶୁ ଗୁପ୍ତା ବି ତସ୍କରୀରେ ସାମିଲ ଥିବା ଜଣାପଡିବା ପରେ ଅଂଶୁକୁ ବି ଗିରଫ କରାଯାଇଛି । ସେହିପରି ଅନ୍ୟ ଏକ ମାମଲାରେ ମୁମ୍ବାଇ ଏୟାରପୋର୍ଟରେ କାମ କରୁଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ସୁନାର ପେଷ୍ଟ ସହ ଗିରଫ କରାଯାଇଛି ।