- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
କେନ୍ଦୁଝର : ସରକାରୀ ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ ର ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମକରୀ ଅଧ୍ୟାପକ ଗିରଫ

କେନ୍ଦୁଝର, ୬ ଜାନୁୟାରୀ : କେନ୍ଦୁଝର ସରକାରୀ ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ ସବୁବେକେ ବିବାଦରେ ରହୁଛି। କିନ୍ତୁ ଏବେ ଏଭଳି ଏକ ଘଟଣା ଯାହାକୁ ନେଇ ଗୁରୁ ଏବଂ ଛାତ୍ରୀଙ୍କୁ ସମ୍ପର୍କରେ କଳଙ୍କରେ ଛିଟା ଲାଗିଛି। ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ ର ଜଣେ ଅଧ୍ୟାପକ ଙ୍କ ଠାରୁ ପାଠ ବୁଝିବାକୁ ଆସିଥିବା ଜଣେ ଛାତ୍ରୀ ଙ୍କୁ ଆଶାଳିନ ବ୍ୟବହାର କରିବା ସହିତ ଦୁଷ୍କର୍ମ ଉଦ୍ୟମ କରି ଅଧ୍ୟାପକ ଜଣକ ଗିରଫ ହୋଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖଣି ଯାନ୍ତ୍ରିକ ମହାବିଦ୍ୟାଳୟର ସିଭଲ ଇଞ୍ଜିନିଅରିଂ ପାଠ ପଢ଼ୁଥିବା ଜଣେ ୨ୟ ବର୍ଷର ଛାତ୍ରୀ କଲେଜ ନିକଟସ୍ଥ ଏକ ଫ୍ଲାଟରେ ରହୁଥିଲେ। ସେହିଫ୍ଲାଟରେ ଅମୀୟ ଭୂଷଣ ବାଗଯାଦବ ନାମକ କମ୍ପୁଟର ସଫ୍ଟ ୱାର ବିଭାଗର ଅଧ୍ୟାପକ ଜଣକ ମଧ୍ୟ ରହୁଥିଲେ। ଗୋଟିଏ ଫ୍ଲାଟରେ ରହୁଥିବାରୁ ଛାତ୍ରୀ ଏବଂ ଅଧ୍ୟାପକ ଉଭୟଙ୍କୁ ଚିହ୍ନି ଥିବାରୁ ଛାତ୍ରୀ ଜଣକ ପାଠ ବୁଝିବାକୁ ଅଧ୍ୟାପକଙ୍କ ନିକଟକୁ ଯାଇଥିଲେ। ଅଧ୍ୟପକ ଜଣ କ ଛାତ୍ରୀଙ୍କୁ ତାଙ୍କ ଖଟ ଉପରେ ବସିବାକୁ କହିବାରୁ ମନା କରି ଛାତ୍ରୀ ଜଣକ ତଳେ ବସିଥିଲେ। ଏତିକିବେଳେ ଅଧ୍ୟାପକ ଜଣକ ନିଜ ରୁମ କବାଟ ବନ୍ଦ କରି ଛାତ୍ରୀଙ୍କୁ ତଳୁ ଟେକିଆଣି ଆଶାଳିନ ବ୍ୟବହାର କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ଦଉଡିଯାଇ କବାଟ ବାଡେଇବା ସହିତ ପଟି ତୁଣ୍ଡ କରିବାରୁ ପଡୋଶୀ ସେଠାରେ ପହଂଚିବାଦେଖି ଅଧ୍ୟାପକ ଭୟରେ ଛାଡି ଦେଇଥିଲେ। ସୋମବାର ଅଧ୍ୟାପକ ଜଣକ ଥାନାକୁ ନଜିବାକୁ ଛାତ୍ରୀଙ୍କୁ ଧମକଦେଇ ଥିଲେ। ତେଣୁ ବିଳମ୍ବରେ ସୋମବାର ସନ୍ଧ୍ୟାରେ ପୀଡିତା ଛାତ୍ରୀ ଟାଉନ ଥାନରେ ଲିଖିତ ଅଭିଯୋଗ କରିଛନ୍ତି। ଅଭି ଯୋଗକୁ ଭିତ୍ତିକରୀ ଟାଉନ ପୋଲିସ କେଶ ନମ୍ବର ୧୨/୨୦୨୫ରେ ମାମଲା ରୁଜ୍ଜୁକରୀ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି। ଡାକ୍ତରୀ ମଇନାପରେ ଅଧ୍ୟାପକଙ୍କୁ କୋର୍ଟ କରାଯିବ ବୋଲି ଜଣାପଡିଛି। ଘଟଣାକୁ ନେଇ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ହେଉଥିବାବେଳେ କେନ୍ଦୁଝର ସରକାରୀ ଖଣି ଯାନ୍ତ୍ରିକ ମହାବିଦ୍ୟାଳୟ କୁ ନେଇ ବାରମ୍ବାର ଏଭଳି ଘଟଣା ଶିକ୍ଷାନୁଷ୍ଠାନଟିର ଗାରିମା ନଷ୍ଠ କରୁଥିବା ଆଲୋଚନା ହେଉଛି।