Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ : ଅଭିଯୁକ୍ତ ଦୁଇ ନାବାଳକଙ୍କୁ କାବୁ କଲା ପୋଲିସ
FMNEWS.IN
30-01-2025
(FMNews)ଜୟପୁର, ୩୦ ଜାନୁଆରୀ - ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଇ ନାବାଳକଙ୍କୁ କାବୁ କରିଛି ଜୟପୁର ଟାଉନ ପୋଲିସ । ନାବାଳକ ୨ ଜଣ ଯୁକ୍ତ ଦୁଇର ଛାତ୍ର ବୋଲି ଜଣାଯାଇଛି ।
ପୋଲିସ ସୂଚନା ଅନୁଯାଇ, ଗତ ୨୩ ତାରିଖରେ ନାବାଳିକା ଛାତ୍ରୀ ଖେଳୁଥିବା ସମୟରେ ୨ ଜଣ ଅଭିଯୁକ୍ତ ନାବାଳକ ତାଙ୍କୁ ଅପହରଣ କରିନେଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କିଛି ଖୋଜ ଖବର ନମିଳିବାରୁ ଗତ ୨୫ ତାରିଖରେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାର ବୟାନ ଆଧାରରେ ପୋଲିସ ୨ ଜଣ ନାବାଳାକ ଛାତ୍ରକୁ ଆଜି କାବୁ କରିଛି । ଡାକ୍ତରି ମାଇନା ପରେ ଅପରାହ୍ନ ୪ଟାରେ ଜୁଭେଲାଇନ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ରମଣି ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି ।