BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ନାବାଳିକା ଦୁଷ୍କର୍ମ ମାମଲା : ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର

FMNEWS.IN 12-04-2025
Minor girl rape case: Encounter between two accused

ଝାରସୁଗୁଡ଼ା, ୧୨ ଅପ୍ରେଲ - ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି ଝାରସୁଗୁଡ଼ା ପୋଲିସ । ସେମାନେ ହେଲେ ଶେଖ୍ ଆସିଫ ଓ ଅଭିଶେକ ବାରିକ । ବେଲପାହାଡ଼ - ଝାରସୁଗୁଡ଼ା ରାସ୍ତାରେ ଏହି ଏନକାଉଂଟର ହୋଇଛି । ପୋଲିସ ଦୁହିଁଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସର ପାଲଟା ଜବାବରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନଙ୍କ ଗୋଡରେ ବାଜିଛି ଗୁଳି । ଦୁହିଁଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ସକାଳ ପ୍ରାୟ ୬ଟାରୁ ସାଢ଼େ ୬ଟା ମଧ୍ୟରେ ଏହି ଏନକାଉଂଟର ହୋଇଛି ।

ଏକ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଫେରାର୍ ଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ସେମାନଙ୍କୁ ଧରିବାକୁ ଯିବାବେଳେ ସେମାନେ ପୋଲିସ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ପୋଲିସର ପାଲଟା ଜବାବରେ ଦୁହେଁ ଆହତ ହୋଇଥିଲେ ।