Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନାବାଳିକା ଦୁଷ୍କର୍ମ ମାମଲା : ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର
FMNEWS.IN
12-04-2025
ଝାରସୁଗୁଡ଼ା, ୧୨ ଅପ୍ରେଲ - ଦୁଷ୍କର୍ମ ମାମଲାରେ ଜଡ଼ିତ ଥିବା ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି ଝାରସୁଗୁଡ଼ା ପୋଲିସ । ସେମାନେ ହେଲେ ଶେଖ୍ ଆସିଫ ଓ ଅଭିଶେକ ବାରିକ । ବେଲପାହାଡ଼ - ଝାରସୁଗୁଡ଼ା ରାସ୍ତାରେ ଏହି ଏନକାଉଂଟର ହୋଇଛି । ପୋଲିସ ଦୁହିଁଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସର ପାଲଟା ଜବାବରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ସେମାନଙ୍କ ଗୋଡରେ ବାଜିଛି ଗୁଳି । ଦୁହିଁଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ସକାଳ ପ୍ରାୟ ୬ଟାରୁ ସାଢ଼େ ୬ଟା ମଧ୍ୟରେ ଏହି ଏନକାଉଂଟର ହୋଇଛି ।
ଏକ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଫେରାର୍ ଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ସେମାନଙ୍କୁ ଧରିବାକୁ ଯିବାବେଳେ ସେମାନେ ପୋଲିସ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ପୋଲିସର ପାଲଟା ଜବାବରେ ଦୁହେଁ ଆହତ ହୋଇଥିଲେ ।