Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପରକିଆ ପ୍ରୀତିର କରୁଣ ପରିଣତି : ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀ ମୃତ
FMNEWS.IN
02-01-2025
ଚମ୍ପୁଆ, ୦୨ ଜାନୁଆରି - ଚମ୍ପୁଆ ଉପଖଣ୍ଡସ୍ଥ ବାମେବାରି ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ଖବର ଅନୁସାରେ ଏହି ଗାଁର ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କ କୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ବେଳେ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲେ। ତୀରଟି ଚିନିଙ୍କ ଛାତିରେ ବାଜିଥିବା ବେଳେ, ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରିଥିଲେ କିନ୍ତୁ ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଝୁମ୍ପୁରା ପୋଲିସ ସ୍ୱାମୀ ଦଶରାକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି।