BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

FMNEWS.IN 13-01-2025
Student's hanging body recovered from Utkal Sangita Mahavidyalay hostel

ଭୁବନେଶ୍ୱର, 13 ଜାନୁଆରି : - ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଶରୀର ଉଦ୍ଧାର ହୋଇଛି । ହଷ୍ଟେଲ ରୁମ ନମ୍ବର ୨୧ରେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ରୀ ଉତ୍କଳିକା ସ୍ୱାଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ଡ୍ୟାନ୍ସ ପାଠ୍ୟକ୍ରମ ବିଷୟରେ କଲେଜରେ ପଢୁଥିଲେ। ଗତକାଲି ରାତିରେ ହଷ୍ଟେଲରେ ଏଭଳି ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ରୁମରେ ୩ ଜଣ ସାଙ୍ଗ ମିଶିକି ରହୁଥିଲେ, କିନ୍ତୁ ଗତ ୨ ଦିନ ହେଲା ଆଉ ୨ ଜଣ ସାଙ୍ଗ ହଷ୍ଟେଲରେ ନଥିଲେ। ଉତ୍କଳିକାଙ୍କ ଘର କେନ୍ଦ୍ରାପଡାରେ ବୋଲି ସୂଚନା ମିଳିଛି । ସକାଳେ କବାଟ ନ ଖୋଲିବାରୁ ସାଙ୍ଗ ମାନେ ଯାଇ କବାଟ ବାଡେଇବାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ୱାର୍ଡନ କହିଛନ୍ତି ଯେ ରାଗିଙ୍ଗ ଇସ୍ୟୁ କିଛି ନାହିଁ। ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଲୋକାଲ ଗାର୍ଡିୟାନ ଉପସ୍ଥିତ ଅଛନ୍ତି।