Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବୀଜାପୁର ସାମ୍ବାଦିକ ମୁକେଶଙ୍କ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ
FMNEWS.IN
04-01-2025
ଜାମରାୟପୁର 4 ଜାନୁଆରୀ-ଛତିଶଗଡର ବୀଜାପୁର ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କର ହତ୍ୟା ମାମଲାରେ ବୀଜାପୁର ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।ସାମ୍ବାଦିକଙ୍କ ହତ୍ୟା ବିରୋଧରେ ଆଜି ବୀଜାପୁରର ଜାତୀୟ ରାଜପଥରେ ଚକ୍କାଜାମ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ଆଇନଗତ ତଥା ବେଆଇନ ସମ୍ପତ୍ତି ଜବତ କରିବାକୁ ଦାବି କରିଛନ୍ତି।ବୀଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର ଯାଦବ ଶନିବାର କହିଛନ୍ତି ଏଥିରେ ମୁଖ୍ୟ ଅଭିଯୁକ୍ତ କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରାକାରଙ୍କ ଭାଇ ରିତେଶ ଚନ୍ଦ୍ରାକର ସମେତ ଅନ୍ୟ 2 ଅଭିଯୁକ୍ତ ଅନ୍ତର୍ଭୁକ୍ତ ଅଛନ୍ତି।ହତ୍ୟା ପରେ ଫେରାର ଅଭିଯୁକ୍ତ କଣ୍ଟ୍ରାକ୍ଟର ରିତେଶ ଚନ୍ଦ୍ରାକରଙ୍କୁ ଦିଲ୍ଲୀରୁ ପୋଲିସ ଗିରଫ କରିଛି।ପୋଲିସ ଅଭିଯୁକ୍ତ ରିତେଶଙ୍କୁ ବୀଜାପୁରକୁ ନେଇଛି।ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି।