- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା ମାମଲାରେ ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ
(FMNews):--- ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ଆଜି ସକାଳୁ ବହୁଚର୍ଚ୍ଚିତ ସହଦେବ ସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସକୁ ସଫଳତା ମିଳିଛି । କମିଶନରେଟ ପୋଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ପୁଲିସ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲାର ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗିରଫ କରିଛି। ଏମାନେ ପୂର୍ବରୁ ଜେଲ୍ ଯାଇଥିଲେ। ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି। ବ୍ରାଉନ୍ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଜଣେ ମହିଳା ବ୍ରାଉନସୁଗାର କାରବାର ମାମଲାରେ ଜେଲ୍ ଯାଇଥିଲେ। ସେ ଗତ ୫ ତାରିଖରେ ଜେଲରୁ ମୁକୁଳିଥିଲେ। ସେ ହିଁ ଏହି ଷଡଯନ୍ତ୍ର କରିଥିଲେ ବୋଲି ଜଣା ପଡିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, କେଦାରପଲ୍ଲୀରେ ରହୁଥିବା ସହଦେବ ନାୟକ ଅନ୍ୟ ଦିନ ଭଳି ଆଜି ସକାଳୁ ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳ ଥିଲା ରସୁଲଗଡ଼ ଓଭରବ୍ରିଜ୍। ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ। ଅଳ୍ପ ସମୟ ମଧ୍ୟରେ ସହଦେବଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ।