- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ
ନୂତନ ବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା

ଜୟପୁର, ୨ ଜାନୁଆରୀ - ନୂଆ ବର୍ଷରେ ଯୁବକଙ୍କୁ ହତ୍ୟା। ଗତକାଲି ସାଙ୍ଗ ସାଥି ମିଶି ଦିନରେ ଏବଂ ରାତିରେ ପିକନିକ କଲେ। ଆଉ ଆଜି ସକାଳୁ ସକାଳୁ ଘର ବାଡ଼ି ପଟେ ଚାଷ ଜମିରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ଶବ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିସିଂହପୁର ଥାନା ନକୁଳ ଗୁଡା ଗାଁ ରେ। ମୃତ ଯୁବକ ହେଲେ ଜଗନ୍ନାଥ ମାଝୀ। ତାଙ୍କୁ ନିର୍ମମ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ଜଗନ୍ନାଥ ମାଝୀ ନୂଆ ବର୍ଷରେ ସାଙ୍ଗ ସାଥିଙ୍କ ସହ ଦିନରେ ଏବଂ ରାତିରେ ଭୋଜି ଭାତ କରି ଖାଇଥିଲେ। ରାତି ଭୋଜି ସରିବା ପରେ ଘରକୁ ଫେରି ନଥିଲେ ଜଗନ୍ନାଥ। ଆଜି ସକାଳୁ ଜଗନ୍ନାଥଙ୍କ ମାଆ ଜଗନ୍ନାଥଙ୍କୁ ଘରେ ନ ପାଇ ଖୋଜାଖୋଜି କରିଥିଲେ। ଘର ପଛପଟେ ପରିବା କିଆରିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା ଜଗନ୍ନାଥଙ୍କ ମୃତଦେହ। ମାଆ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ବିସିଂପୁର ଥାନା ପୋଲିସଙ୍କୁ ଧରି ବୋରିଗୁମ୍ମା SDPO ତପସ୍ୱିନୀ କଅର ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି। ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି।