- ଶହେ ବର୍ଷ ପୂରିଲା ଭଦ୍ରକର ମା’ ପଥରକାଳୀଙ୍କ ପୂଜା
- ବିଜେପି ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ: ଭକ୍ତ
- ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି...
- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ ଏବଂ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ...
- ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଶହେ ବର୍ଷ ପୂରିଲା ଭଦ୍ରକର ମା’ ପଥରକାଳୀଙ୍କ ପୂଜା

ଭଦ୍ରକ- ଓଡ଼ିଶାର ପୂର୍ବ ଉପକୂଳରେ ଭଦ୍ରକ ହେଉଛି ସାତ ଧର୍ମର ଅନ୍ୟତମ ଧର୍ମପୀଠ। ଏହି ମାଟିର ପୀଠଦେବୀ ମା ଭଦ୍ରକାଳୀଙ୍କ ନାମାନୁସାରେ ସ୍ଥାନର ନାମ ଭଦ୍ରକ ରଖାଯାଇଥିବା କିମ୍ବଦନ୍ତୀ ଓ ଐତିହାସିକ ମତରୁ ଜଣାଯାଏ। ତେବେ ମା ଭଦ୍ରକାଳୀ ପୀଠଙ୍କ ସହ ଚରମ୍ପା କାଳୀପୂଜାର ଏକ ଯୋଗସୂତ୍ର ଥିବା କଥା ବିଭିନ୍ନ ସୂତ୍ରରୁ ଜଣାଯାଏ। ଭଦ୍ରକର ଲୋକସେଡ୍ ନିକଟରେ ହୋଇଆସିଥିବା କାଳୀପୂଜା ସର୍ବ ପୁରାତନ। ଭଦ୍ରକ ରେଳ ବିଭାଗର ପିଡବ୍ଲ୍ୟୁଆଇ, ଟ୍ରାଫିକ୍ ଓ ଲୋକସେଡ୍ର କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ପ୍ରଥମେ ଷ୍ଟେସନ ସମ୍ମୁଖ ଟ୍ରାଫିକ୍ ଛକ ଠାରେ ମା କାଳୀଙ୍କ ମୂଣ୍ମୟ ମୂର୍ତି ପୂଜା ଆରମ୍ଭ କରାଯାଇଥିଲା ପରବର୍ତୀ ସମୟରେ କର୍ମଚାରୀଙ୍କ ମଧ୍ୟରେ ମତଭେଦ ଉପୁଜିବାରୁ ୧୯୨୫ ମସିହାରେ ଲୋକସେଡ୍ ବିଭାଗର କର୍ମଚାରୀ ଓ ସେହି ଅଂଚଳର ସ୍ଥାନୀୟ ବାସିନ୍ଦା ଲୋକସେଡ୍ ପରିସରରେ ଏକ କଳସ ସ୍ଥାପନା କରି ମା କାଳୀଙ୍କ ପୂଜା ଆରମ୍ଭ କରିଥିଲେ ବୋଲି ସ୍ଥାନୀୟ ଅଂଚଳର ଅବସରପ୍ରାପ୍ତ ରେଲ୍ୱେ ଡ୍ରାଇଭର ରବି ମହାନ୍ତି (୮୬) କୁହନ୍ତି। ଠିକ୍ ତା ପରବର୍ଷ ୧୯୨୬ ରେ ମା ଙ୍କର ମୂଣ୍ମୟ ମୂର୍ତି ନିର୍ମାଣ କରାଯାଇ ଯାକ ଯମକରେ ସେଠାରେ ପୂଜା ଆରମ୍ଭ କରାଯାଇଥିଲା। ୧୯୬୨ ରେ ଦକ୍ଷିଣ ପୂର୍ବ ରେଳ ବିଭାଗର ଲୋକ ଫୋରମେନ ଡାମନ ଡିଉ ଅଂଚଳର ଡିଏନ୍ ୱାଡିଆ (ପାର୍ସୀ) ଙ୍କ ପ୍ରଚେଷ୍ଟାରେ ଏକ ଛୋଟ ମନ୍ଦିର ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା। ତେବେ ଏହି ମନ୍ଦିର ନିର୍ମାଣକୁ ଜଣେ ଭିନ୍ନ ସଂପ୍ରଦାୟର ରେଲ୍ୱେ କର୍ମଚାରୀ ବିରୋଧ କରିଥିଲେ। ପରବର୍ତୀ ସମୟରେ ସେହି କର୍ମଚାରୀଙ୍କୁ ମାଙ୍କ ସ୍ୱପ୍ନାଦେଶ ହେବା ପରେ ସେ ମନ୍ଦିର ନିର୍ମାଣ କାର୍ଯ୍ୟରେ ସଂପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ। ମନ୍ଦିର ନିର୍ମାଣ ମଧ୍ୟ ହେଲା। ତତ୍କାଳୀନ ରେଳ କର୍ମଚାରୀ ନଳିନୀକାନ୍ତ ମହାନ୍ତି, ଭୁବନେଶ୍ୱର ମହାରଣା, ବୃନ୍ଦାବନ ଦାସ, ଲୋକନାଥ ବାରିକ ଓ ବିଏମ୍ ପାଣିଗ୍ରାହୀ ୫ ଜଣ ପଶ୍ଚିମବଙ୍ଗରୁ ମାଙ୍କ ମୁଗୁନୀ ପଥର ମୂର୍ତି ଆଣି ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ୨୦୨୦ ମସିହାରେ ଏହି ଛୋଟ ମନ୍ଦିରଟିକୁ ଅଧିକ ଉଚ୍ଚତା କରି ଭିତିଭୂମିର ବିକାଶ ସହ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ମନ୍ଦିର ଉଦ୍ଘାଟନ ସମୟରେ ସ୍ୱର୍ଗତଃ ଡିଏନ୍ ୱାଡିଆଙ୍କ ପରିବାର ଲୋକ ସାମିଲ ହେବା ମାଙ୍କ ମୂଲ୍ୟବାନ ଅଳଙ୍କାର ଦାନ କରିଥିଲେ। ତାତ୍ପର୍ଯ୍ୟର ବିଷୟ ଏବେ ମଧ୍ୟ ସଂପୃକ୍ତ ପରିବାର ପକ୍ଷରୁ ପ୍ରତିବର୍ଷ କାଳୀପୂଜା ଅବସରରେ ଆର୍ଥିକ ସହାୟତା ପ୍ରଦାନ କରୁଥିବା କଥା ମା ପଥରକାଳୀ କମିଟିର ସଭାପତି ତଥା ଚିଫ୍ କ୍ର୍ୟୁ କେଂଟ୍ରାଲର ମାନସ ରଞ୍ଜନ ନାୟକ କହିଛନ୍ତି। ଶହେବର୍ଷ ପୂର୍ତି ଉପଲକ୍ଷେ ଚଳିତବର୍ଷ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅବସର ନେଇଥିବା ସମସ୍ତ ଲୋକସେଡ୍ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି। ବୈଷ୍ଣବ ମତରେ ମା ଭଦ୍ରକାଳୀଙ୍କ ବିଭିନ୍ନ ବେଶ ଓ ରୀତିନୀତି ଅନୁଯାୟୀ ୨୦ ତାରିଖ ଦିନ ମା ପଥରକାଳୀଙ୍କ ଘଟ ଓ ଯଜ୍ଞ କଳସ ସ୍ଥାପନା, ୨୧ ରୁ ୨୬ ତାରିଖ ପୁଷ୍ପାଞ୍ଜଳି, ଯଜ୍ଞହୋମ ଓ ଚଣ୍ଡିପାଠ ପରେ ୨୬ ତାରିଖ ଦିନ ପୂର୍ଣ୍ଣାହୁତି ଦିଆଯିବ ବୋଲି ମନ୍ଦିର ପୂଜକ ଧୃବଚରଣ ଦାସ କୁହନ୍ତି।