BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଶ୍ରମିକଙ୍କ ବଦଳରେ ମେସିନ ମାଲିକଙ୍କୁ ରୋଜଗାର ଯୋଗାଉଛି ମନରେଗା ଯୋଜନା,ଏସି ଡିଇଓଙ୍କ ଅଜାଣତରେ କିପରି ଡିମାଣ୍ଡ ନହେଉଣୁ ସରିଯାଉଛି ରାସ୍ତା କାମ

FMNEWS.IN 20-01-2025
MRNEGA scheme provides employment to machine owners instead of workers, how road work is being completed without the knowledge of AC DEO

ମାଲକାନଗିରି, ୨୦ ଜାନୁଆରୀ- ମାଲକାନଗିରି ଜିଲ୍ଲାରେ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାର୍ଯ୍ୟ କରାଇବା ଏକ ପ୍ରକାର ପ୍ରଥା ସ୍ୱରୂପ ହୋଇଯାଇଥିବା ବେଳେ ଏନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହା ସତ୍ବେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ମନରେଗା କାର୍ଯ୍ୟରେ ମେସିନ ଲାଗିବା ବନ୍ଦ ହେବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ହୋଇଥିବା ବେଳେ ଏହା କିନ୍ତୁ ନିଜର ମୂଳ ଲକ୍ଷ୍ୟରୁ ଓହରି ମେସିନ ମାଲିକ ଓ କିଛି ଠିକାଦାରଙ୍କୁ ରୋଜଗାର ଯୋଗାଉଥିବା ଅଭିଯୋଗ ହୋଇଛି। ଏପରି କିଛି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପୁଶୁଗୁଡ଼ା ପଞ୍ଚାୟତ ଏମ ପି ଭି ୫୭ ଠାରୁ ମୁରିଲିଗୁଡାକୁ ମନରେଗା ଯୋଜନାରେ ନିର୍ମିତ କୋଡ଼ ନମ୍ୱର ୧୦୬୦୪୨୨୯ ରାସ୍ତା ରେ ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୫ ଲକ୍ଷ ,୫୦୦୦ ଟଙ୍କା ବ୍ୟୟ ଅଟକଳ ଏହି ରାସ୍ତା କାମ ହୋଇଛି । ବର୍ତ୍ତମାନ ରାସ୍ତା କାମ ମନରେଗା ୱେବ୍ ସାଇଟ୍ ରେ ଅନଙ୍ଗୋଇଙ୍ଗ ଦେଖାଉଥିବା ବେଳେ କିନ୍ତୁ ପ୍ରକୃତ ପକ୍ଷେ ରାସ୍ତା କାମ ସରିଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ସ୍ଥାନରୁ ମେସିନ ଦ୍ଵାରା ମାଟି ଖୋଳି ଟ୍ରାକ୍ଟର ସାହାଯ୍ୟରେ ଉକ୍ତ ମାଟିକୁ ଆଣି ରାସ୍ତା ହେଉଥିବା ସ୍ଥାନରେ ପକାଇ ରାସ୍ତା ନିର୍ମାଣ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଯୋଜନାଟି ସମ୍ପୂର୍ଣ ରୂପେ ନିଜର ମୂଳ ଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇଥିବା ଲୋକେ ପ୍ରକାଶ କରିଛନ୍ତି। ତେବେ ଏନେଇ ଆମେ ସ୍ଥାନୀୟ ପୁଶୁଗୁଡ଼ା ଏସି ଡିଇ ଓ ସଞ୍ଜୟ ମିସ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହି କାମ ଆରମ୍ଭ ହୋଇଥିବା ସେ ଜାଣି ନାହାନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଜଣେ ମନରେଗା କାମ ପାଇଁ ରହିଥିବା ବ୍ୟକ୍ତିଙ୍କ ଅଜାଣତରେ କିପରି ଡିମାଣ୍ଡ ଦିଆ ନ ହେଉଣୁ କାମ ଆରମ୍ଭ ହୋଇ ସରିଗଲା। ତାହା ଉକ୍ତ ଏସିଡିଇଓଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।