BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

କାମାକ୍ଷାନଗର ବସଷ୍ଟାଣ୍ଡରୁ ଯୁବକ ନିଖୋଜ

FMNEWS.IN 19-01-2025
Youth missing from Kamakhyanagar bus stand

ଭୁବନ, ୧୯ ଜାନୁଆରୀ - ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର ଅକ୍ଷୟ ନାୟକଙ୍କ ପୁଅ ଅଜିତ୍ ନାୟକ (୨୫) ସୁଦୂର ପୋଲାଭରମ୍ ରେ ସମ୍ପର୍କୀୟ ଭାଇ ବାପି ନାୟକ ପାଖରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଦୁଇଭାଇ ମିଶି ପୋଲାଭରମରୁ ଘରକୁ ଫେରୁଥିଲେ । ଢେଙ୍କାନାଳରୁ ବସ୍ ଯୋଗେ କାମାକ୍ଷାନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ଅଜିତ୍ ନାୟକଙ୍କୁ ଭୋକ ଲାଗିବାରୁ ଭାଇ ବାପି ନାୟକଙ୍କୁ ଖାଇବା ପାଇଁ କହିଲେ ଏବଂ ସଙ୍ଗେ ସଙ୍ଗେ ଯାଇ ଖାଇବା ଆଣି ଆସିଲା ବେଳକୁ କୁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କ ଉଚ୍ଚତା ୫୬,କଲର ଗୋରା, କଳା ପ୍ୟାଣ୍ଟ ଓ ୱାଇଟିବ୍ଲାକ ଗଞ୍ଜି ପିନ୍ଧିଥିଲେ। ଯଦି କେହି ସହୃଦୟ ବ୍ୟକ୍ତି ଅଜିତ୍ ଙ୍କୁ ଠାବ କରିପାରିଲେ ତେବେ ତୁରନ୍ତ ୮୭୬୩୩୮୪୩୦୨ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।