Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
କାମାକ୍ଷାନଗର ବସଷ୍ଟାଣ୍ଡରୁ ଯୁବକ ନିଖୋଜ
FMNEWS.IN
19-01-2025
ଭୁବନ, ୧୯ ଜାନୁଆରୀ - ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର ଅକ୍ଷୟ ନାୟକଙ୍କ ପୁଅ ଅଜିତ୍ ନାୟକ (୨୫) ସୁଦୂର ପୋଲାଭରମ୍ ରେ ସମ୍ପର୍କୀୟ ଭାଇ ବାପି ନାୟକ ପାଖରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଦୁଇଭାଇ ମିଶି ପୋଲାଭରମରୁ ଘରକୁ ଫେରୁଥିଲେ । ଢେଙ୍କାନାଳରୁ ବସ୍ ଯୋଗେ କାମାକ୍ଷାନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ଅଜିତ୍ ନାୟକଙ୍କୁ ଭୋକ ଲାଗିବାରୁ ଭାଇ ବାପି ନାୟକଙ୍କୁ ଖାଇବା ପାଇଁ କହିଲେ ଏବଂ ସଙ୍ଗେ ସଙ୍ଗେ ଯାଇ ଖାଇବା ଆଣି ଆସିଲା ବେଳକୁ କୁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କ ଉଚ୍ଚତା ୫୬,କଲର ଗୋରା, କଳା ପ୍ୟାଣ୍ଟ ଓ ୱାଇଟିବ୍ଲାକ ଗଞ୍ଜି ପିନ୍ଧିଥିଲେ। ଯଦି କେହି ସହୃଦୟ ବ୍ୟକ୍ତି ଅଜିତ୍ ଙ୍କୁ ଠାବ କରିପାରିଲେ ତେବେ ତୁରନ୍ତ ୮୭୬୩୩୮୪୩୦୨ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।