Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛତିଶଗଡର ଗରିୟାବନ୍ଦରେ ଗୁଳି ବିନିମୟରେ ନକ୍ସଲ ଜୟରାମ ସହିତ 16 ନକ୍ସଲଙ୍କ ମୃତଦେହ ସହିତ ଅସ୍ତ୍ରଶସ୍ତ୍ର ଜବତ
FMNEWS.IN
22-01-2025
ଗରିୟାବନ୍ଦ, 22 ଜାନୁଆରି ଛତିଶଗଡର ଗରିୟାବନ୍ଦ ଜିଲ୍ଲାର ଛତିଶଗଡ-ଓଡ଼ିଶା ବର୍ଡର ସ୍ଥିତ ଭାଲୁ ଡିଗ୍ଗିର ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ଏହି ଗୁଳି ବିନିମୟରେ ଏକ କୋଟିର ଇନାମୀ ନକ୍ସଲ ଜୟରାମ ଓରଫ ଚଲପତି ସହିତ 16ଜଣଙ୍କ ମୃତ୍ୟୁ ନେଇ ରାୟପୁର ଆଇଜି ସୂଚନା ଦେଇଛନ୍ତି । ଏହି ସମସ୍ତ 16 ନକ୍ସଲଙ୍କ ମୃତଦେହ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହି ଗୁଳି ବିନିମୟରେ ଏବେ ସୁଦ୍ଧା 20ରୁ ଅଧିକ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ସେହିପରି ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଏୟାରଲିଫ୍ଟ କରି ରାୟପୁର ଅଣାଯାଇଛି ।
ରବିବାର ରାତିରୁ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ମଙ୍ଗଳବାର ସକାଳ ସୁଦ୍ଧା 16 ନକ୍ସଲ ନିହତ ହୋଇଥିବା ନେଇ ଜଣାପଡିଛି । ଗୁଳି ବିନିମୟ ଏବେ ବି ଶେଷ ହୋଇନି । ପ୍ରାୟ ହଜାରେ ଯବାନ ପ୍ରାୟ 60ଜଣ ନକ୍ସଲଙ୍କୁ ଘେରି ରହିଛନ୍ତି । ଏଥିପାଇଁ ବ୍ୟାକଅପ ପାର୍ଟିକୁ ପଠାଯାଇଛି ଓ ଡ୍ରୋନରେ ନଜର ରଖାଯାଇଛି ।