Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ରାଜକୋଟରେ 2 ବାଂଲାଦେଶ ଅନୁପ୍ରବେଶକାରୀ ଗିରଫ
FMNEWS.IN
25-01-2025
ଅହମଦାବାଦ, 25 ଜାନୁଆରି - ଗୁଜରାଟର ରାଜକୋଟ ଗ୍ରାମୀଣ ସ୍ପେଶାଲ ଅପରେସନ ଗ୍ରୁପଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି । ଦୁଇ ବ୍ୟକ୍ତି ମୂଳ ଭାବେ ମୋନୀରାମପୁର,ଜୋସର ଥାନା, ଜିଲ୍ଲା ଜୋସର ଢାକାର ବାସିନ୍ଦା । ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଭାରତଆସିବାର ମନୋବୃତ୍ତିକୁ ନେଇ ପଚରାଉଚରା କରାଯାଉଛି ।
ରାଜକୋଟ ରେଂଜ ପୋଲିସ ମହାନିରୀକ୍ଷକ ଅଶୋକ କୁମାର ଯାଦବ ଓ ପୋଲିସଅଧୀକ୍ଷକ ହିମକର ସିଂହ ଗଣତନ୍ତ୍ର ଦିବସର ଆୟୋଜନକୁ ନେଇ ସମସ୍ତ ଥାନାରେ ଅନୁପ୍ରବେଶକାରୀଙ୍କସଂପର୍କରେ ଆଲର୍ଟ ବି ଜାରି କରିଥିଲେ । ଏହି ନିର୍ଦ୍ଦେଶକୁ ନେଇ ରାଜକୋଟ ଗ୍ରାମୀଣ ଏସଓଜି ଟିମ୍ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଜିଲ୍ଲାର ପଡଧରୀ ତହସିଲର ରଙ୍ଗପର ଗାଁ ପାଟିୟା ନିକଟ ମାରୁତି ସୋସାଇଟିର ବ୍ଲକ ନମ୍ବର 3ରେ ଯାଂଚ ସମୟରେ 2 ବାଂଲାଦେଶ ଅନୁପ୍ରବେଶକାରୀ ଥିବାର ସୂଚନା ମିଳିଥିଲା । ଉଭୟଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା । ସେମାନଙ୍କ ନିକଟରୁ ଭାରତର ଆଧାର କାର୍ଡ ସମେତ କୌଣସି ଦସ୍ତାବିଜ ମିଳିନି ।