BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ରାଜକୋଟରେ 2 ବାଂଲାଦେଶ ଅନୁପ୍ରବେଶକାରୀ ଗିରଫ

FMNEWS.IN 25-01-2025

ଅହମଦାବାଦ, 25 ଜାନୁଆରି - ଗୁଜରାଟର ରାଜକୋଟ ଗ୍ରାମୀଣ ସ୍ପେଶାଲ ଅପରେସନ ଗ୍ରୁପଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି । ଦୁଇ ବ୍ୟକ୍ତି ମୂଳ ଭାବେ ମୋନୀରାମପୁର,ଜୋସର ଥାନା, ଜିଲ୍ଲା ଜୋସର ଢାକାର ବାସିନ୍ଦା । ଗଣତନ୍ତ୍ର ଦିବସର ଦିନକ ପୂର୍ବରୁ ଭାରତଆସିବାର ମନୋବୃତ୍ତିକୁ ନେଇ ପଚରାଉଚରା କରାଯାଉଛି ।

ରାଜକୋଟ ରେଂଜ ପୋଲିସ ମହାନିରୀକ୍ଷକ ଅଶୋକ କୁମାର ଯାଦବ ଓ ପୋଲିସଅଧୀକ୍ଷକ ହିମକର ସିଂହ ଗଣତନ୍ତ୍ର ଦିବସର ଆୟୋଜନକୁ ନେଇ ସମସ୍ତ ଥାନାରେ ଅନୁପ୍ରବେଶକାରୀଙ୍କସଂପର୍କରେ ଆଲର୍ଟ ବି ଜାରି କରିଥିଲେ । ଏହି ନିର୍ଦ୍ଦେଶକୁ ନେଇ ରାଜକୋଟ ଗ୍ରାମୀଣ ଏସଓଜି ଟିମ୍ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଜିଲ୍ଲାର ପଡଧରୀ ତହସିଲର ରଙ୍ଗପର ଗାଁ ପାଟିୟା ନିକଟ ମାରୁତି ସୋସାଇଟିର ବ୍ଲକ ନମ୍ବର 3ରେ ଯାଂଚ ସମୟରେ 2 ବାଂଲାଦେଶ ଅନୁପ୍ରବେଶକାରୀ ଥିବାର ସୂଚନା ମିଳିଥିଲା । ଉଭୟଙ୍କୁ ଗିରଫ କରି ପଚରାଉଚରା କରାଯାଇଥିଲା । ସେମାନଙ୍କ ନିକଟରୁ ଭାରତର ଆଧାର କାର୍ଡ ସମେତ କୌଣସି ଦସ୍ତାବିଜ ମିଳିନି ।