- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
- ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
- ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
- ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
- ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
Maha Kumbh Stampede: ମହାକୁମ୍ଭ-ସଙ୍ଗମରେ ଦଳାଚକଟାରେ 30ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ମହାକୁମ୍ଭନଗର, 29 ଜାନୁଆରି(FMNews): ମଙ୍ଗଳବାର ରାତିରେ ସଙ୍ଗମ ନଗରୀରୁ ଅଶୁଭ ଖବର ସାମ୍ନାକୁ ଆସିଛି । ମହାକୁମ୍ଭରେ ମୌନୀ ଅମାବାସ୍ୟାର ସ୍ନାନ ପାଇଁ ଭିଡ ଏତେ ବଢିଯାଇଥିଲା ଯେ,ସଙ୍ଗମ ତଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂତ୍ର ଅନୁସାରେ ଏହି ଅଘଟଣରେ 30ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପାଖାପାଖି 90 ଜଣ ଆହତ ହେବାର ସୂଚନା ମିଳିଛି । ମେଳା ପ୍ରଶାସନ ପକ୍ଷରୁ ଏବେ ସୁଦ୍ଧା ମୃତକଙ୍କ ସଂଖ୍ୟା ନେଇ ସ୍ପଷ୍ଟ କରାଯାଇନାହିଁ । ଆହତଙ୍କ ଚିକିତ୍ସା ମହାକୁମ୍ଭନଗରର କେନ୍ଦ୍ରୀୟ ହସ୍ପିଟାଲରେ ଜାରି ରହିଛି । ରେସକ୍ୟୁ ଅପରେସନ ଜାରି ରହିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ ଏହି ଭୟାବହ ଦୁର୍ଘଟଣା ରାତି ପ୍ରାୟ 2ଟା ବେଳେ ସଙ୍ଗମ ତଟରେ ହୋଇଥିଲା । ରେସକ୍ୟୁ ଅପରେସନ ପ୍ରାୟ 1ଘଂଟା ପରେ ଆରମ୍ଭ ହୋଇଥିଲା । ମହାକୁମ୍ଭରେ ମୌନୀ ଅମାବାସ୍ୟା ପାଇଁ ମଙ୍ଗଳବାର ସକାଳୁ ହିଁ ବିପୁଳ ଜନ ସମାଗମ ହୋଇଥିଲା । ଦ୍ୱିପ୍ରହରରେ ବେକାବୁ ଭିଡ ଅନେକ ସ୍ଥାନରେ ବ୍ୟାରିକେଡ ଭାଙ୍ଗିଥିଲା । ରାତିରେ ସ୍ନାନ ଆରମ୍ଭ ହେବା ପରେ ସଙ୍ଗମରେ ଅଧିକ ଭିଡ ହୋଇଥିଲା । ସଙ୍ଗମ ତଟ ଓ ଏହାର ଆଖପାଖ ଅଂଚଳରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଜମା ହୋଇଥିଲେ । ଆଖଡା ପାଇଁ ତିଆରି ହୋଇଥିବା ବ୍ୟାରିକେଡ ବି କିଛି ସ୍ଥାନରେ ଶ୍ରଦ୍ଧାଳୁମାନେ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଏହାପରେ ଯିଏ ଯୁଆଡେ ପଶିବାକୁ ଉଦ୍ୟମ କରିଥିଲେ । ଅଧରାତି ପରେ ସ୍ନାନାର୍ଥୀଙ୍କ ଭିଡ ସଙ୍ଗମ ତଟରେ ଜମିଥିଲା, ଯାହାପରେ ସ୍ଥିତି ବିଗିଡିବାକୁ ଲାଗିଥିଲା । ରାତି ପ୍ରାୟ 2ଟା ବେଳେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଭିଡ ଏଭଳି ସୃଷ୍ଟି ହୋଇଥିଲା, ଯିଏ ତଳେ ପଡିଯାଇଥିଲା, ସିଏ ଆଉ ଉଠିପାରିନଥିଲେ । ଯିଏ ଦୌଡିବାକୁ ଉଦ୍ୟମ କରିଥିଲା, ସିଏ ତଳେ ଦବିଯାଇଥିଲା । ମେଳା କଂଟ୍ରୋଲ ରୁମ ଓ ପୋଲିସ କଂଟ୍ରୋଲ ରୁମକୁ ଏହି ସୂଚନା ମିଳିବା ପରେ ହଡକମ୍ପ ମଚିଯାଇଥିଲା ।
ଅଘଟଣ ପରେ ସୂଚନା ମିଳିବା ପରେ ପାରାମିଲିଟାରୀ ଫୋର୍ସ, ଆମ୍ବୁଲାନ୍ସକୁ ସଙ୍ଗମ ସ୍ଥାନକୁ ପଠାଯାଇଛି । ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।