- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଗଣତନ୍ତ୍ର ଦିବସ ପରେଡରେ ଫ୍ଲାଇପାଷ୍ଟ କରିବେ 40 ଏୟାରକ୍ରାଫ୍ଟ, ଧ୍ରୁବ ଓ ତେଜସ ଭରିବେନି ଉଡାଣ
ନୂଆଦିଲ୍ଲୀ, 19 ଜାନୁଆରି:-ଗଣତନ୍ତ୍ର ଦିବସ ପରେଡରେ ହେବାକୁ ଥିବା ପରେଡ ପାଇଁ ସେନାର ଯବାନ ପ୍ରବଳ ଶୀତରେ ରିହରସଲ କରି ଝାଳ ବୁହାଇଛନ୍ତି । ପରେଡ ସମୟରେ କର୍ତ୍ତବ୍ୟ ପଥରେ ସ୍ୱର୍ଣ୍ଣିମ ଭାରତ- ଐତିହ୍ୟ ଓ ବିକଶିତକୁ ପ୍ରଦର୍ଶିତ କରାଯିବ । ବାୟୁସେନାର 40 ଏୟାରକ୍ରାଫ୍ଟ ଫ୍ଲାଇପାଷ୍ଟ କରିବେ, ଯେଉଁଥିରେ 22 ଫାଇଟର ଏୟାରକ୍ରାଫ୍ଟ ରହିବ । ଏଥର ଆଡଭାନ୍ସ ଲାଇଟ ହେଲିକପ୍ଟର ଧ୍ରୁବ ଓ ସ୍ୱଦେଶୀ ଲାଇଟ କମ୍ବେଟ ଏୟାରକ୍ରାଫ୍ଟ ତେଜସ ପରେଡ ସମୟରେ ଉଡାଣ ଭରିବେନି ।
ବାୟୁସେନାର ୱିଙ୍ଗ କମାଣ୍ଡର ମନୀଷ ଶର୍ମା କହିଛନ୍ତି ଯେ, ପ୍ରାୟ 40ଟି ଏୟାରକ୍ରାଫ୍ଟ ରିପବ୍ଲିକ-ଡେ ପରେଡରେ ସାମିଲ ହେବେ । ଫ୍ଲାଇପାଷ୍ଟରେ 22 ଯୁଦ୍ଧ ବିମାନ, 11 ପରିବହନ ବିମାନ ଓ 7ହେଲିକପ୍ଟର ଶକ୍ତି ପ୍ରଦର୍ଶନ କରିବେ । ଏଥିରେ ରାଫେଲ, ସୁଖୋଇ-30 ଓ ସି-130 ଜେ ହରକ୍ୟୁଲିସ କର୍ତ୍ତବ୍ୟ ପଥରେ କୌଶଳ ଦେଖାଇବେ । ଏହା ବ୍ୟତୀତ ତିନି ଡୋର୍ନିୟର ବିମାନ ବି ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବ । ଏଥର ଆଡଭାନ୍ସ ଲାଇଟ ହେଲିକପ୍ଟର ଧ୍ରୁବ ଓ ସ୍ୱଦେଶୀ ଲାଇଟ କମ୍ବବ୍ୟାଟ ଏୟାରକ୍ରାଫ୍ଟ ତେଜସ ପରେଡ ସମୟରେ ଉଡାଣ ଭରିବେନି ।