Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଲକ୍ଷ୍ନୌରେ ଦୁଇଟି ସଡକ ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ, 8 ଆହତ
FMNEWS.IN
24-01-2025
ଲକ୍ଷ୍ନୌ, 24 ଜାନୁଆରି(FM News):-ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଦୁଇଟି ସଡକଦୁର୍ଘଟଣାରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 8ଜଣ ଆହତ ହୋଇଛନ୍ତି ।
ବିବିଡିଥାନା ଅଂଚଳରେ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ସଡକ ଦୁର୍ଘଟଣାରେ 4ଜଣ ଲୋକଙ୍କ ମୃତ୍ୟୁହୋଇଥିବା ବେଳେ 7ଜଣ ଗୁରୁତର ଆହତ ହୋଇଛନ୍ତି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ
ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୋଲିସସୂଚନା ମୁତାବକ ଇନ୍ଦିରାନଗର ସ୍ଥିତ କିଷାନ ପଥ ନିକଟରେ ଏକ ଟ୍ରକ ଦୁଇଟି କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ 11ଜଣ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲପଠାଯାଇଥିବା ବେଳେ ସେଠାରେ ଡାକ୍ତର 4ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରିମଲିହାବାଦ ଥାନା ଅଂଚଳ ଆମ୍ରପାଲି ୱାଟର ପାର୍କ ନିକଟରେ ଏକ ଅଜଣା ଗାଡି ଧକ୍କାରେ ବାଇକଆରୋହୀଙ୍କର ମୃତ୍ୟୁ ହୋଇଛି । ସେହିପରି ଜଣେ ଆହତ ହୋଇଛନ୍ତି । ପୋଲିସ ମାମଲାର ଯାଂଚ କରୁଛି।