- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କର୍ତ୍ତବ୍ୟ ପଥରେ ତିନି ସେନାର ମିଳିତ ଗ୍ରୁପରେ ପ୍ରଦର୍ଶିତ ହେବ ଯୁଦ୍ଧ କ୍ଷେତ୍ରର ଝଲକ
ନୂଆଦିଲ୍ଲୀ, 25 ଜାନୁଆରି- କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡ ସମୟରେ ପ୍ରଥମ ଥର ତିନି ସେନାର ମିଳିତ ଗ୍ରୁପ ସଶସ୍ତ୍ର ବଳ ମଧ୍ୟରେ ଏକଜୁଟତା ଓ ଏକିକରଣର ଭାବନାକୁ ପ୍ରଦର୍ଶିତ କରିବ । ସଶକ୍ତ ଓ ସୁରକ୍ଷିତ ଭାରତ ଥିମ୍ ସହ ଗ୍ରୁପରେ ସ୍ୱଦେଶୀ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ତେଜସ ଯୁଦ୍ଧ ବିମାନ, ଉନ୍ନତ ହାଲୁକା ହେଲିକପ୍ଟର, ବିଧ୍ୱସଂକ ଆଇଏନଏସ ବିଶାଖାପାଟନମ ଓ ଗୋଟିଏ ରିମୋଟଲି ପାୟଲଟେଡ ଏୟାରକ୍ରାଫ୍ଟ ସହିତ ଯୁଦ୍ଧ କ୍ଷେତ୍ରରେ ପରିଦୃଶ୍ୟ ପ୍ରଦର୍ଶିତ ହେବ ।
ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଏଥର ଗଣତନ୍ତ୍ର ଦିବସ ପରେଡ ସମୟରେ ଦେଶବାସୀଙ୍କ ନିକଟରେ ସଂଯୁକ୍ତତା ଓ ଏକିକରଣର ଭାବନାକୁ ପ୍ରଦର୍ଶିତ କରିବା ପାଇଁ ତିନି ସେନାର ମିଳିତ ଗ୍ରୁପ ଦେଖାଯିବ । ଏହି ଗ୍ରୁପ ସଶକ୍ତ ଓ ସୁରକ୍ଷିତ ଭାରତର ବିଷୟ ବସ୍ତୁ ସହିତ ସଶସ୍ତ୍ର ବଳରେ ସଂଯୁକ୍ତତା ଓ ଏକିକରଣର ବୈଚାରିକ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିବ । ଏହି ଗ୍ରୁପରେ ତିନି ସେନା ମଧ୍ୟରେ ନେଟୱାର୍କିଂ ଓ ସଂଚାରକୁ ସୁବିଧାଜନ କରୁଥିବା ମିଳିତ ସଂଚାଳନ କକ୍ଷକୁ ଦର୍ଶାଯିବ ।ଏଥିରେ ଯୁଦ୍ଧ କ୍ଷେତ୍ରର ପରିଦୃଶ୍ୟକୁ ପ୍ରଦର୍ଶିତ କରାଯିବ, ଯେଉଁଥିରେ ମାଟି, ପାଣି ଓ ପବନରେ ସମକାଳୀନ ଅପରେସନକୁ ଦେଖାଯିବ ।